ନୂଆଦିଲ୍ଲୀ:ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସ ଭବନ ଉପରେ ହୋଇଥିବା ଆକ୍ରମଣ ପାଇଁ ବିଜେପିକୁ ଟାର୍ଗେଟ କରିଛି ଆମ ଆଦମି ପାର୍ଟି (ଆପ) । ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ଏହି ଘଟଣା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ ନେଇଛି ଆପ୍ । ଦଳ କହିଛି ଯେ ଅମିତ ଶାହ ହିଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରାଇଛନ୍ତି । ଆପ୍ ମୁଖପାତ୍ର ସୌରଭ ଭରଦ୍ବାଜ ଏହି ଅଭିଯୋଗ କରିବା ସହ ଆକ୍ରମଣର ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ।
ଆପ ଜାରି କରିଥିବା ଭିଡିଓରେ କିଛି ବିଜେପି କର୍ମୀ ଗେଟ ଭାଙ୍ଗୁଥିବା ଦୃଶ୍ୟ କଏଦ ହୋଇଥିବା ଦେଖାଯାଇଛି । ତେବେ ସୌରଭ କହିଛନ୍ତି ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତାଙ୍କ ଦଳର ଗୁଣ୍ଡା ମାନଙ୍କୁ ପଠାଇ ସିସୋଦିଆଙ୍କ ବାସବବନରେ ଏହି ଆକ୍ରମଣ କରାଇଛନ୍ତି । ପରେ ନିଜେ ପୁଣି ତାଙ୍କ ସୁରକ୍ଷା ପାଇଁ ପୋଲିସ ବଳ ମୁତୟନ କରାଇଛନ୍ତି ।