ଗୌହାଟି: ଆସାମରେ ଚିହ୍ନଟ ହୋଇଥିବା ପ୍ରଥମ କୋରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ । ଆସାମର ଜଣେ 4 ବର୍ଷର ଶିଶୁଠାରେ ଗତ ଶନିବାର କୋରୋନା ପଜେଟିଭ ମିଳିଥିବା ବେଳେ ରବିବାର ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏନେଇ ସୂଚନା ଦେଇଛନ୍ତି ଆସାମ ମନ୍ତ୍ରୀ ହିମାନ୍ତ ବିଶ୍ବା ଶର୍ମା ।
ଆସାମରେ 4 ବର୍ଷ ଶିଶୁର କୋରୋନା ରିପୋର୍ଟ ନେଗେଟିଭ୍ - କୋରୋନା ଭାଇରସ୍ ଅପଡେଟ
ଆସାମର ଜଣେ 4 ବର୍ଷର ଶିଶୁଠାରେ ଗତ ଶନିବାର କୋରୋନା ପଜେଟିଭ ମିଳିଥିବା ବେଳେ ରବିବାର ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏନେଇ ସୂଚନା ଦେଇଛନ୍ତି ଆସାମ ମନ୍ତ୍ରୀ ହିମାନ୍ତ ବିଶ୍ବା ଶର୍ମା ।
ସୂଚନା ଅନୁଯାୟୀ, ଗତ ଶନିବାର ଶିଶୁର ରକ୍ତ ନମୂନା ଜୋରହାଟ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପରୀକ୍ଷା କରାଯାଇଥିବା ବେଳେ ସେଠାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ପୁଣିଥରେ ତାଙ୍କ ରକ୍ତ ନମୁନା ଲୋହୱାଲର ଆସିଏମଆର ଲାବୋରୋଟାରୀକୁ ପୁନଃପରୀକ୍ଷଣ ପାଇଁ ପଠାଯାଇଥିଲା ।
ଯେଉଁଠାରେ ରବିବାର ଶିଶୁଟିର ରିପୋର୍ଟ ନେଗେଟିଭ୍ ଆସିଥିବା ଆସାମ ମନ୍ତ୍ରୀ ହିମାନ୍ତ ବିଶ୍ବା ଶର୍ମା କହିଛନ୍ତି । ତେବେ ଏପର୍ଯ୍ୟନ୍ତ ଆସାମରେ ଜଣେ ମଧ୍ୟ କୋରୋନା ଆକ୍ରାନ୍ତ ନଥିବା ମନ୍ତ୍ରୀ ସୂଚନା ମିଳିଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏନେଇ ସମଗ୍ର ଭାରତ ରବିବାର ଜନତା କର୍ଫ୍ୟୁ ପାଳୁଛି । ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା 315ଜଣଙ୍କ ଠାରେ କୋରୋନା ଭୂତାଣୁ ଚିହ୍ନଟ କରାଯାଇଛି ।