ନୂଆଦିଲ୍ଲୀ: ଡିଫେନ୍ସ ରିସର୍ଚ୍ଚ ଡେଭେଲପମେଣ୍ଟ ଅରଗାନାଇଜେସନ (ଡିଆରଡିଓ)ର ସଫଳ ପରୀକ୍ଷଣ । ଶୁକ୍ରବାର ରାଜସ୍ଥାନର ପୋଖରାନରୁ ସୁଖୋଇ ଜେଟରେ ଗାଇଡେଡ ବମର କରାଯାଇଥିଲା ପରୀକ୍ଷଣ।
ପୋଖରାନରୁ ଗାଇଡେଡ ବମର ସଫଳ ପରୀକ୍ଷଣ
ରାଜସ୍ଥାନ ପୋଖରାନରୁ ସୁଖୋଇ ଜେଟରେ ଗାଇଡେଡ ବମର ସଫଳ ପରୀକ୍ଷଣ। ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ) ପକ୍ଷରୁ କରାଯାଇଥିଲା ପରୀକ୍ଷଣ। ଏହି ମିଶାଇଲ ବାୟୁସେନାର ଯୁଦ୍ଧ କ୍ଷମତାରେ ଉଲ୍ଲେଖନୀୟ ଭୂମିକା ରଖିଛି।
ଫାଇଲ ଫଟୋ
ଏହି ବୋମା ଦୂର ଲକ୍ଷ ଭେଦ କରିପାରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷଣ ସମୟରେ ସମସ୍ତ ମିଶନର ଉଦ୍ଦେଶ୍ୟକୁ ପୂରା କରାଯାଇପାରିଛି। ଭାରତୀୟ ବାୟୁସେନା ଦ୍ବାରା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରୁ ସୁଖୋଇ ଜେଟର ସୁରସୋନିକ ବ୍ରହ୍ମୋସ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କରାଯାଇଥିଲା । ଏହାର ଦୁଇ ଦିନ ପରେ ନିର୍ଦ୍ଦେଶିତ ବମର ପରୀକ୍ଷଣ କରାଯାଇଛି।
2.5 ଟନର ଏହି ମିଶାଇଲର ରେଞ୍ଜ 300 କିଲୋମିଟର ପର୍ଯ୍ୟନ୍ତ ରହିଛି ଏବଂ ଏହା ବାୟୁସେନାର ଯୁଦ୍ଧ କ୍ଷମତାରେ ଉଲ୍ଲେଖନୀୟ ଭୂମିକା ରଖିଛି।