ଓଡିଶା

odisha

ETV Bharat / bharat

ସୋପିଆନରେ 2 ଜଣଙ୍କୁ ଗୁଳିକଲେ ଆତଙ୍କବାଦୀ

ସୋପିଆନ ସେକ୍ଟର ଜୈନପୋରା ଅଞ୍ଚଳରେ 2 ନିରିହ ଲୋକଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

By

Published : May 8, 2019, 5:02 PM IST

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କୀଙ୍କ ବର୍ବର କାଣ୍ଡ । ବୁଧବାର ସୋପିଆନ ସେକ୍ଟରର ଜୈନପୋରା ଅଞ୍ଚଳରେ 2 ସାଧାରଣ ନାଗରିକଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଆତଙ୍କବାଦୀ ଏହି କାଣ୍ଡ ଘଟାଇଛନ୍ତି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ସେପଟେ ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଯୋରଦାର କରାଯାଇଛି ।

ABOUT THE AUTHOR

...view details