ହାଇଦ୍ରାବାଦ: ପୃଥିବୀରେ ହ୍ରାସ ଘଟିଛି ଆତଙ୍କବାଦୀଙ୍କ ଏନ୍କାଉଣ୍ଟର। ୨୦୧୭ ତୁଳନାରେ ୨୦୧୮ରେ ଏହାର ମାତ୍ରା ୧୫ ପ୍ରତିଶତ କମିଛି । ଗ୍ଲୋବାଲ୍ ଟେରୋରିଜିମ୍ ଇଣ୍ଡେକ୍ସ୍-୨୦୧୯ରେ ପ୍ରକାଶ ପାଇଛି ଏହି ରିପୋର୍ଟ । ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଦ୍ବାରା ଦକ୍ଷିଣ ଏସିଆ ଅଧିକ ପ୍ରଭାବିତ ହୋଇଥିବା ବେଳେ ଆମେରିକା କମ ପ୍ରଭାବିତ ହୋଇଥିବା ଏଥିରେ ପ୍ରକାଶ ପାଇଛି।
ପନ୍ଦର ପ୍ରତିଶତ କମିଛି ଆତଙ୍କବାଦୀଙ୍କ ଏନ୍କାଉଣ୍ଟର - କମିଛି ଆତଙ୍କବାଦୀଙ୍କ ଏନ୍କାଉଣ୍ଟର
ବିଶ୍ବରେ କମିଛି ଆତଙ୍କବାଦୀଙ୍କ ଏନ୍କାଉଣ୍ଟର। ୨୦୧୭ ତୁଳନାରେ ଗତବର୍ଷ ଏହାର ମାତ୍ରା ୧୫ ପ୍ରତିଶତ କମିଥିବା ଗ୍ଲୋବାଲ୍ ଟେରୋରିଜିମ୍ ଇଣ୍ଡେକ୍ସ୍-୨୦୧୯ରେ ରିପୋର୍ଟ ପ୍ରକାଶ ପାଇଛି।
ସେହିପରି ୟୁରୋପରେ ଆତଙ୍କବାଦୀଙ୍କ ଏନ୍କାଉଣ୍ଟର ୭୦ ପ୍ରତିଶତ କମିଛି। ଅନ୍ୟପକ୍ଷରେ ତାଲିବାନ ସଙ୍ଗଠନ ଯୋଗୁଁ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ଦ୍ବାରା ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆତଙ୍କବାଦୀ ସଙ୍ଗଠନ ତୁଳନାରେ ୨୦୧୮ରେ ତାଲିବାନ୍ ଅଧିକ ଲୋକଙ୍କ ଜୀବନ ମଧ୍ୟ ନେଇଛି। ତାଲିବାନ ଦ୍ବାରା ଗତବର୍ଷ 6103 ଜଣଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।
ଆତଙ୍କବାଦୀ ଆକ୍ରମଣରେ ୨୦୧୮ ମସିହାରେ ୭୩୭୯ ଲୋକଙ୍କ ଜୀବନ ଯାଇଥିବା ବେଳେ ୨୦୧୭ ତୁଳନାରେ ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ୪୬ ପ୍ରତିଶତ ବଢ଼ିଛି। ସେହିପରି ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୨୦୧୭ରେ ୫୪ ଶହ କୋଟି ଡଲାରର କ୍ଷତି ହୋଇଥିବାବେଳେ ୨୦୧୮ରେ ଏହା କମି ୩୩ ଶହ କୋଟି ଡଲାର ହୋଇଥିବା ଗ୍ଲୋବାଲ୍ ଟେରୋରିଜିମ୍ ଇଣ୍ଡେକ୍ସ୍-୨୦୧୯ରିପୋର୍ଟରେ ପ୍ରକାଶ ପାଇଛି।