ଓଡିଶା

odisha

ETV Bharat / bharat

ପୁଣି ମାତିଲେ ଆତଙ୍କବାଦୀ: ଅନନ୍ତନାଗରେ ଜଣେ ସିଆରପିଏଫ ଯବାନ ଶହୀଦ

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସିଆରପିଏଫ ଟିମ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ଶହୀଦ । ଅଧିକ ପଢନ୍ତୁ...

ପୁଣି ମାତିଲେ ଆତଙ୍କବାଦୀ: ଅନନ୍ତନାଗରେ ଜଣେ ସିଆରପିଏଫ ଯବାନ ଶହୀଦ
ପୁଣି ମାତିଲେ ଆତଙ୍କବାଦୀ: ଅନନ୍ତନାଗରେ ଜଣେ ସିଆରପିଏଫ ଯବାନ ଶହୀଦ

By

Published : Apr 7, 2020, 7:30 PM IST

ଅନନ୍ତନାଗ: ଦୁଇ ଦିନ ପରେ ପୁଣି ଜମ୍ମୁ ଓ କାଶ୍ମୀରରେ ହୋଇଛି ଆତଙ୍କୀ ହମଲା । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏକ ସିଆରପିଏଫ ଟିମ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି ।

ସୂଚନାନୁସାରେ ଅନନ୍ତନାଗର ବିଜବେହରା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ସିଆରପିଏଫ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ଜଣେ ଯବାନ ପ୍ରଥମେ ଆହତ ହୋଇଥିଲେ । ପରେ ସେ ଶହୀଦ ହୋଇଥିବାର ଅନନ୍ତନାଗ ଏସପି ସନ୍ଦୀପ ଚୌଧୁରୀ ସୂଚନା ଦେଇଛନ୍ତି ।

ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାଓ କରି ସର୍ଚ୍ଚ ଅପରେସନ କରିବା ସହ ଆତଙ୍କୀଙ୍କୁ ଖୋଜୁଛନ୍ତି । ଶେଷ ଖବର ଅନୁସାରେ ଆକ୍ରମଣକାରୀଙ୍କ କୌଣସି ପରିଚୟ ମିଳିନାହିଁ । ପୂର୍ବରୁ ରବିବାର କୁପୱାଡା ଜିଲ୍ଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ସେନା ଏନକାଉଣ୍ଟରରେ 5 ଆତଙ୍କୀ ନିହତ ହୋଇଥିଲେ । ସେହିପରି ଆତଙ୍କୀଙ୍କ ଗୁଳିରେ 5 ଯବାନ ଶହୀଦ ହୋଇଥିଲେ ।

ସୌଜନ୍ୟ@ANI

ABOUT THE AUTHOR

...view details