ଓଡିଶା

odisha

ETV Bharat / bharat

କେସିଆରଙ୍କ ପରିବାରରେ ଫାଟ, ପୁଅ ପାଇଁ ଭଣଜାକୁ ଅଣଦେଖା !

କାଳେଶ୍ୱରମ ଜଳସେଚନ ପ୍ରକଳ୍ପରେ ଅନୁପସ୍ଥିତ ରହିଥିଲେ କେସିଆରଙ୍କ ଭଣଜା ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ହରିଶ ରାଓ । ଏହି ଘଟଣାକୁ ନେଇ ପରିବାରରେ ଫାଟ ସୃଷ୍ଟି ହୋଇଥିବା ସବୁଠି ଚର୍ଚ୍ଚା ହେଉଛି ।

By

Published : Jun 22, 2019, 5:10 AM IST

ଫାଇଲ ଫଟୋ

ହାଇଦ୍ରାବାଦ: ଉଦଘାଟନ ହୋଇଛି ତେଲେଙ୍ଗାନାର କାଳେଶ୍ୱରମ ବୃହତ ଜଳସେଚନ ପ୍ରକଳ୍ପ । ଯାହାକୁ ସମ୍ପୁର୍ଣ୍ଣ ବୈଦିକ ରୀତି ଓ ମନ୍ତ୍ରଉଚ୍ଚାରଣ ସହ ଉଦଘାଟନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଏମସି)ର ଅଧ୍ୟକ୍ଷ କେ.ଚନ୍ଦ୍ରଶେଖର ରାଓ। ଏହି ଅବସରରେ ଅନେକ ନେତା ମନ୍ତ୍ରୀ ଉପସ୍ଥିତ ରହିଥିଲେ ମଧ୍ୟ ଖୋଦ କେସିଆରଙ୍କ ଭଣଜା ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ହରିଶ ରାଓ ଅନୁପସ୍ଥିତ ରହିଥିଲେ ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ ଜଗମୋହନ ରେଡ୍ଡି ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡନାଭିସ ମଧ୍ୟ ଉପସ୍ଥିତ ଥିଲେ । ମାତ୍ର ହରିଶ ଅନୁପସ୍ଥିତ ରହିବା ଘଟଣା ପରିବାରରେ ଫାଟ ସୃଷ୍ଟି ହୋଇଥିବା ସବୁଠି ଚର୍ଚ୍ଚା ହେଉଛି । 80 ହଜାର କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା କାଳେଶ୍ୱରମ ପ୍ରକଳ୍ପ ଦୁନିଆର ସବୁଠୁ ବଡ ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ଗୋଦାବରୀ ନଦୀର 283 ହଜାର ମିଲିୟନ କ୍ୟୁବିକ ଜଳସେଚନ ଏବଂ ପାନୀୟ ବ୍ୟବହାରରେ ଉପଯୋଗ କରାଯାଇ ପାରିବ । ଏଥିରୁ ତେଲେଙ୍ଗାନାର 13ଟି ଜିଲ୍ଲା ଏହି ପ୍ରକଳ୍ପ ଦ୍ୱାରା ସୁବିଧା ପାଇପାରିବେ । ଏହି ପ୍ରୋଜେକ୍ଟର ଶିଳାନ୍ୟାସ ତିନିବର୍ଷ ପୂର୍ବ ତଥା 2016 ମସିହାରୁ ହୋଇଥିଲା ।

ଯେଉଁଥିରେ ପୂର୍ବରୁ ହରିଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମାତ୍ର ଏହାର ଉଦଘାଟନୀ ଉତ୍ସବରେ ତାଙ୍କ ଅନୁପସ୍ଥିତି ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ଏହାସହ ଗିରିଶ କେବଳ କେସିଆରଙ୍କ ଭଣଜା ବୋଲି ନୁହେଁ ବଂର ତେଲେଙ୍ଗାନାକୁ ଅଲଗା ରାଜ୍ୟ ଭାବେ ଦାବି କରି ହେଉଥିବା ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଶୁଣାଯାଉଛି କେସିଆର ନିଜ ପୁଅ କେଟି ରାମାରାଓଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ କରିବାକୁ ଚାହୁଥିବାରୁ ଭଣଜାକୁ ଅଧିକ ଗୁରୁତ୍ୱ ଦେଉନଥିବା ଚର୍ଚ୍ଚା ଆରମ୍ଭ ହେଉଛି ।

ABOUT THE AUTHOR

...view details