ଓଡିଶା

odisha

ଅପ୍ରେଲ 7 ସୁଦ୍ଧା କୋରୋନା ମୁକ୍ତ ହେବ ତେଲେଙ୍ଗାନା: KCR

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର 70 କୋରୋନା ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି । ସେଥିମଧ୍ୟରୁ 11 ସୁସ୍ଥ ଥିବା ସେ କହିଛନ୍ତି । ଏହାସହ ଏକ ପ୍ରେସ କନଫରେନ୍ସରେ ଯୋଗ ଦେଇ ଅପ୍ରେଲ 7 ସୁଦ୍ଧା ରାଜ୍ୟ କୋରୋନା ମୁକ୍ତ ହେବ ବୋଲି ସେ କହିଛନ୍ତି ।

By

Published : Mar 30, 2020, 9:48 PM IST

Published : Mar 30, 2020, 9:48 PM IST

KCR
କୋରୋନା ମୁକ୍ତ ହେବ ତେଲେଙ୍ଗାନା

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର 70 କୋରୋନା ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି । ସେଥିମଧ୍ୟରୁ 11 ସୁସ୍ଥ ଥିବା ସେ କହିଛନ୍ତି । ଏହାସହ ଏକ ପ୍ରେସ କନଫରେନ୍ସରେ ଯୋଗ ଦେଇ ଅପ୍ରେଲ 7 ସୁଦ୍ଧା ରାଜ୍ୟ କୋରୋନା ମୁକ୍ତ ହେବ ବୋଲି ସେ କହିଛନ୍ତି ।

58 ଲୋକ ଚିକିତ୍ସିତ ହେଉଥିବା ସେ କହିଛନ୍ତି । ଭାରତ ବାହାରୁ ଆସିଥିବା ମୋଟ 25, 937ଜଣ ସରକାରୀ ତଦାରଖରେ ଅଛନ୍ତି ଓ ସେମାନଙ୍କ କ୍ବାରେଣ୍ଟାଇନର ସମୟସୀମା ଅପ୍ରେଲ 7ରେ ସମାପ୍ତ ହେବ, ଏହାପରେ ଅନ୍ୟ କୌଣସି ନୂଆ ଆକ୍ରାନ୍ତ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।

ଏହାସହ ଚାଷୀଙ୍କଠାରୁ ଫସଲ କିଣାଯିବ ବୋଲି ସେ କହିଛନ୍ତି । 3,200 କୋଟିର ଫସଲ କିଣାଯିବ ବୋଲି କେସିଆର୍ ସୂଚନା ଦେଇଛନ୍ତି । କୁପନ୍ ମାଧ୍ୟମରେ ସମସ୍ତ ଚାଷୀଙ୍କଠାରୁ ଫସଲ କିଣାଯିବ ଓ ସାଥିରେ ପାସବୁକ୍ ନେଇ ଆସିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଫଳ କିଣିବା ପାଇଁ 500 ସେଣ୍ଟରର ବନ୍ଦୋବସ୍ତ କରାଯାଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

@ANI

ABOUT THE AUTHOR

...view details