ଓଡିଶା

odisha

ETV Bharat / bharat

ବର୍ଷା ବିତ୍ପାତ: ତେଲେଙ୍ଗାନାରେ 5000 କୋଟିର କ୍ଷତି, କେନ୍ଦ୍ରକୁ ସହାୟତା ମାଗିଲେ KCR - ତେଲେଙ୍ଗାନା ବନ୍ୟା

ବର୍ଷା ବିତ୍ପାତରେ ତେଲେଙ୍ଗାନା ଓ ରାଜଧାନୀ ହାଇଦ୍ରାବାଦରେ ପାଖିପାଖି 5 ହଜାର କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର । ଅଧିକ ପଢନ୍ତୁ...

ତେଲେଙ୍ଗାନା ବନ୍ୟାରେ 5000 କୋଟିର ସମ୍ପତ୍ତି ନଷ୍ଟ, କେନ୍ଦ୍ରକୁ ସହାୟତା ମାଗିଲେ କେସିଆର
ତେଲେଙ୍ଗାନା ବନ୍ୟାରେ 5000 କୋଟିର ସମ୍ପତ୍ତି ନଷ୍ଟ, କେନ୍ଦ୍ରକୁ ସହାୟତା ମାଗିଲେ କେସିଆର

By

Published : Oct 15, 2020, 6:04 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ବର୍ଷା ବିତ୍ପାତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏବେ ବି ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ସରକାର । ତେବେ ବନ୍ୟା ଯୋଗୁଁ ତେଲେଙ୍ଗାନା ଓ ରାଜଧାନୀ ହାଇଦ୍ରାବାଦରେ ପାଖିପାଖି 5 ହଜାର କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ କରି କ୍ଷୟକ୍ଷତିର ସୂଚନା ଦେଇଛନ୍ତି । ଏହାସହ ରାଜ୍ୟକୁ 1350 କୋଟିର ଆର୍ଥିକ ସହାୟତା ଯୋଗାଇଦେବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି କେସିଆର ।

ବୁଧବାର ତେଲେଙ୍ଗାନାରେ ପ୍ରବଳ ବର୍ଷା ପରେ ଜଳ ପ୍ରଳୟର ଭୟାବହ ଦୃଶ୍ୟ ଦେଖିବାକୁ ମିଳିଥିଲା । କେଉଁଠି ପାଚେରୀ ଭାଙ୍ଗି ଯାଇଥିଲା ତ ଆଉ କେଉଁଠି ଗାଡିମୋଟର ଭାସି ଯାଇଥିଲା । ଏପରିକି ବର୍ଷା ବିତ୍ପାତରେ 19 ଜଣଙ୍କର ମୃତ୍ୟୁ ହୋଇସାରିଛି ।

ତେବେ ରାଜ୍ୟକୁ ଯଥାସମ୍ଭବ ସହଯୋଗ ଯୋଗାଇଦେବା ନେଇ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଉଭୟ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ ।

ABOUT THE AUTHOR

...view details