ଓଡିଶା

odisha

ETV Bharat / bharat

1.15 ଲକ୍ଷ ବିଲ୍ ପୈଠ ନକରିବାରୁ ମହିଳାଙ୍କୁ ଅଟକ ରଖିଲା ମେଡିକାଲ

ଜଣେ ମହିଳାଙ୍କୁ ଗୋଟିଏ ଦିନ ପାଇଁ 1.15 ଲକ୍ଷ ଡାକ୍ତରଖାନା ବିଲ୍ ପୈଠ ନକରିବାରୁ ଶନିବାର ଡାକ୍ତରଖାନା ତାଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଛି।

corona
1.15 ଲକ୍ଷ ବିଲ୍ ପୈଠ ନକରିବାରୁ ମହିଳାଙ୍କୁ ଅଟକ ରଖିଲା ମେଡିକାଲ

By

Published : Jul 5, 2020, 5:10 PM IST

ହାଇଦ୍ରାବାଦ: ମେଡିକାଲ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ କୋରୋନା ଆକ୍ରାନ୍ତ ମହିଳା । ଜଣେ ମହିଳାଙ୍କୁ ଗୋଟିଏ ଦିନ ପାଇଁ 1.15 ଲକ୍ଷ ଡାକ୍ତରଖାନା ବିଲ୍ ପୈଠ ନକରିବାରୁ ଶନିବାର ଡାକ୍ତରଖାନା ତାଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ନିଜେ ଜଣେ ଡାକ୍ତର । ସେ ଗତ 16 ଦିନ ପୂର୍ବରୁ କୋରୋନା ଆକ୍ରାନ୍ତ ହୋଇଥିଲେ ।

ଏକ ଗଣମାଧ୍ୟମ ସହ କଥାହୋଇ ଡ. ସୁଲତନା କହିଛନ୍ତି, କୋରୋନା ଲକ୍ଷଣ ଏତେ ଗୁରୁତର ନଥିବାରୁ ଘରେ ଚିକିତ୍ସିତ ହେଉଥିଲି। ଜୁଲାଇ 1ରେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ଚାଦରଘାଟର ଥୁମ୍ବେ ମେଡିକାଲରେ ଭର୍ତ୍ତି ହୋଇଥିଲି । ମାତ୍ର ଗୋଟିଏ ଦିନ ମେଡିକାଲରେ ରହିଥିଲି ।

ଜୁଲାଇ 2 ରେ 40 ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ପରେ 1.15 ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲା । ଯେତେବେଳେ ବିଲକୁ ନେଇ ପ୍ରଶ୍ନ କରିଥିଲି ଏବଂ ନିଜକୁ ଡିସଚାର୍ଜ କରିବାକୁ ଚାହୁଁଥିଲି ସେହି ସମୟରେ ସେମାନେ ମୋତେ ଅଟକ ରଖିଥିଲେ। ଏଥିସହ ସେ କହିଛନ୍ତି, ରବିବାର 1.3 ଲକ୍ଷ ଟଙ୍କା ଜମା କରିବା ପରେ ହିଁ ମୋତେ ରବିବାର ଡିସଚାର୍ଜ କରାଯାଇଥିଲା।

ଏପଟେ ଚାଦରଘାଟ ପୋଲିସ ଇନସ୍ପେକ୍ଟର ସତୀଶ କହିଛନ୍ତି ଯେ, ମହିଳାଙ୍କୁ ଅଟକ ରଖାଯାଇ ନଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଡାକ୍ତରଖାନାରେ ଲାଗିଥିବା ପ୍ରତ୍ୟେକ ସିସିଟିଭି ଫୁଟେଜ ଯାଞ୍ଚ କରିଛୁ । କୌଣସି ମାମଲା ରୁଜୁ ହୋଇନଥିବା ସେ କହିଛନ୍ତି ।

ABOUT THE AUTHOR

...view details