ହାଇଦ୍ରାବାଦ: ଆଗକୁ ଲୋକସଭା ନିର୍ବାଚନ। ଏହାକୁ ଆଖି ଆଗରେ ରଖି ପ୍ରତିଟି ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। କିଏ ଏବେ ଠାରୁ ପ୍ରଚାର ଆରମ୍ଭ କଲେଣି ତ କିଏ ସିଟକୁ ନେଇ ବୁଝାମଣା କରିବାରେ ବ୍ୟସ୍ତ। ତେବେ ଏହି କ୍ରମରେ ତେଲେଙ୍ଗାନାର ସମଶାହାବାଦରେ କଂଗ୍ରେସ ପକ୍ଷରୁ ଏକ ଜନସଭା କାର୍ଯ୍ୟକ୍ରମ କରାଯାଇଥିଲା। ହେଲେ ଏହି ଜନସଭାରେ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ବିଜୟା ଶାନ୍ତିଙ୍କ ବୟାନ ଏବେ ଖୁବ ଚର୍ଚ୍ଚାରେ।
'ଆତଙ୍କବାଦୀ ଭଳି ଦେଖାଯାଆନ୍ତି ମୋଦି' - modi
ଆଗକୁ ଲୋକସଭା ନିର୍ବାଚନ। ଏହାକୁ ଆଖି ଆଗରେ ରଖି ପ୍ରତିଟି ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। କିଏ ଏବେ ଠାରୁ ପ୍ରଚାର ଆରମ୍ଭ କଲେଣି ତ କିଏ ସିଟକୁ ନେଇ ବୁଝାମଣା କରିବାରେ ବ୍ୟସ୍ତ।
ବାଲାକୋଟ ଆକ୍ରମଣ ପରେ ଦେଶରେ ରାଜନୈତିକ ପାଣିପାଗ କିଛିଟା ଠିକ ରହୁନାହିଁ। ପରସ୍ପରକୁ ଟାର୍ଗେଟ କରିବାକୁ ପଛାଉନାହାଁନ୍ତି ବିରୋଧୀ ଓ ସରକାର। ତେବେ ଏହି ସଭାରେ ବିଜୟା ଶାନ୍ତି ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦୀ ଭଳି ଦିଶନ୍ତି। ଯେତେବେଳେ ବିଜୟା ଏହି ବିବାଦୀୟ ବୟାନ ଦେଲେ ସେତେବେଳେ ମଞ୍ଚରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ ନେତୃମଣ୍ଡଳୀ ମଧ୍ୟ ଉପସ୍ଥିତ ରହିଥିଲେ।
କେବଳ ଏତିକି ନୁହେଁ, ସେ ଆହରି ମଧ୍ୟ କହିଛନ୍ତି ମୋଦି ଲୋକଙ୍କୁ ଭଲ ପାଇବା ତ ଦୂରର କଥା, କେତେବେଳେ ବି ଦେଶ ଉପରେ ବୋମା ପକାଇଦେବେ। ଆତଙ୍କବାଦୀ ଭଳି ଦିଶୁଥିବା ଲୋକ ଦେଶର ପ୍ରଧାନମନ୍ତ୍ରୀ ହେବା ଶୋଭନୀୟ ନୁହେଁ। ତେବେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି।