ଓଡିଶା

odisha

By

Published : Jul 29, 2019, 7:37 PM IST

ETV Bharat / bharat

କଂଗ୍ରେସ ବରିଷ୍ଠ ନେତା ମୁକେଶ ଗୌଡଙ୍କ ଦେହାନ୍ତ

ତେଲଙ୍ଗାନା କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମୁକେଶ ଗୌଡଙ୍କ ନିଧନ ହୋଇଛି । ସେ ଦୀର୍ଘ ସମୟରୁ କ୍ୟାନସର ରୋଗରେ ପୀଡିତ ଥିଲେ ।

ଫାଇଲ ଫଟୋ

ହାଇଦ୍ରାବାଦ: ଜୟପାଲ ରେଡ୍ଡୀଙ୍କ ପରେ ଆଉ ଏକ ବରିଷ୍ଠ ନେତାଙ୍କୁ ହରାଇଛି ତେଲଙ୍ଗାନା କଂଗ୍ରେସ । ଦଳର ବରିଷ୍ଠ ନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ଗୃହମନ୍ତ୍ରୀ ଏମ ମୁକେଶ ଗୌଡଙ୍କର ସୋମବାର ନିଧନ ହୋଇଛି । 60 ବର୍ଷ ବୟସରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନରୁ ସେ କ୍ୟାନସର ରୋଗରେ ପୀଡିତ ଥିଲେ । ତାଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ।

ମୁକେଶ ଗୌଡ 1959 ମସିହା ଜୁଲାଇ 1 ତାରିଖରେ ତେଲଙ୍ଗାନାର ମହବୁବନଗରରେ ଜନ୍ମ ଗ୍ରହଣ କରିଥିଲେ । ସେ ତେଲଙ୍ଗନା କଂଗ୍ରେସର ବରିଷ୍ଠ ଏବଂ ଭରସାଯୋଗ୍ୟ ନେତା ଥିଲେ । ସେ ଥରେ ରାଜ୍ୟସଭା ସଦସ୍ଯ ଭାବେ ମନୋନୀତ ହୋଇଥିଲେ । ତେବେ ତାଙ୍କ ବିୟୋଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶୋକ ପ୍ରକାଶ କରିଛନ୍ତି । ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ ସେ କରିଥିବା ସେବା ସର୍ବଦା ସ୍ମରଣୀୟ ରହିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details