ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ(ସିଏଏ) ସଂସଦରେ ମଞ୍ଜୁର ହେବା ପରେ ଦେଶର ବିଭିନ୍ନ ଭାଗରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି । କେରଳ, ପଞ୍ଜାବ ଏବଂ ରାଜସ୍ଥାନରେ ଏହି କାନୁନକୁ ନେଇ ବିଧାନସଭାରେ ବିରୋଧ ପ୍ରସ୍ତାବ ଆଗତ ହୋଇଛି । ଏହି କ୍ରମରେ ବର୍ତ୍ତମାନ ତେଲେଙ୍ଗାନାରେ ମଧ୍ୟ ସିଏଏ ବିରୋଧି ସ୍ବର ଶୁଣିବାକୁ ମିଳିଲାଣି । ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରେଶଖର ରାଓ(କେସିଆର) ମଧ୍ୟ ଏହାକୁ ବିରୋଧ କରିବେ ବୋଲି ସ୍ପଷ୍ଟ କରିସାରିଲେଣି ।
ସିଏଏକୁ କେସିଆରଙ୍କ ବିରୋଧ, ବିଧାନସଭାରେ ଆଣିବେ ପ୍ରସ୍ତାବ - telangana cm chandrashekhar rao
ନାଗରିକତା ସଂଶୋଧନ ଆଇନ ସଂସଦରେ ମଞ୍ଜୁର ହେବା ପରେ ଦେଶର ବିଭିନ୍ନ ଭାଗରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। କେରଳ, ପଞ୍ଜାବ ଓ ରାଜସ୍ଥାନରେ ଏହି କାନୁନକୁ ନେଇ ବିଧାନସଭାରେ ବିରୋଧ ପ୍ରସ୍ତାବକୁ ମଞ୍ଜୁର କରାଯାଇଥିବା ବେଳେ ବର୍ତ୍ତମାନ ତେଲେଙ୍ଗାନାରେ ମଧ୍ୟ ସିଏଏ ବିରୋଧି ସ୍ବର ଶୁଣିବାକୁ ମିଳିଲାଣି। ଅଧିକ ପଢନ୍ତୁ...
ତେଲେଙ୍ଗାନାର ଆଗାମୀ ବିଧାନସଭା ଅଧିବେଶନରେ କ୍ଷମତାସୀନ କେସିଆର ସରକାର ସିଏଏ ବିରୋଧରେ ପ୍ରସ୍ତାବ ଆଣିବା ନେଇ ଜଣାଇଛନ୍ତି । ଯଦି ଦରକାର ପଡେ, ତାହେଲେ 10 ଲକ୍ଷ ଲୋକଙ୍କ ସମାଗମ କରି ଏହି ବିଲ ବିରୋଧରେ ଜନସଭା କରିବେ ବୋଲି ସେ ଚେତାବନୀ ଦେଇଛନ୍ତି । ସଂସଦରେ ଆଇନ ପାସ୍ ହେବା ପରେ ଦେଶର ବିଭିନ୍ନ ପ୍ରାନ୍ତରେ ଏହା ବିରୋଧର ସ୍ବର ତେଜିଥିଲା । ତେଲେଙ୍ଗାନାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ, ସମସ୍ତଙ୍କ ନଜର କେସିଆରଙ୍କ ପ୍ରତିକ୍ରିୟା ଉପରେ ଥିଲା । ଶନିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ, ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ କଥାବାର୍ତ୍ତା ହୋଇଥିବା କହିଥିଲେ ।
ସିଏଏ ପ୍ରସଙ୍ଗରେ ଅଣ ବିଜେପି ଶାସିତ 16ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଥିବା ଜଣାଇଛନ୍ତି କେସିଆର । ତେଲେଙ୍ଗାନାରେ ଏହି ଆଇନକୁ ବିରୋଧ କରି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଲଗାତାର ଏହାକୁ ବିରୋଧ କରି ଆସୁଛନ୍ତି ।