ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ଖୋଲିବ ସେଲୁନ, ଚାଲିବ ବସ - telangana

ତେଲେଙ୍ଗାନାରେ ଆରମ୍ଭ ହେବ ବସ ସେବା । ଖୋଲିବ ସେଲୁନ, ଏନେଇ ମିଳିଲା ସରକାରୀ ଅନୁମତି । ଅଧିକ ପଢନ୍ତୁ..

Telangana Allows Salons To Reopen, Government Buses To Run In Lockdown4
ତେଲେଙ୍ଗାନାରେ ଖୋଲିବ ସେଲୁନ

By

Published : May 18, 2020, 11:34 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଏବେ ସେଲୁନ ଓ ବସ୍ ସେବା ଚଳାଚଳକୁ ମିଳିଛି ସବୁଜ ସଙ୍କେତ। ରାଜ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଲକଡାଉନ ୪କୁ ପାଳନ କରିବା ସହ କିଛି ଜରୁରୀ ସେବାଗୁଡିକୁ କୋହଳ କରିଛନ୍ତି । ତେଲେଙ୍ଗାନାରେ ସେଲୁନ ଆଗ ପରି ଖୋଲିବ ବୋଲି ସୂଚନା ଦିଆଯାଇଛି ।

ହେଲେ ସାମାଜିକ ଦୂରତା ଓ ସମ୍ପୂର୍ଣ୍ଣ ସାନିଟାଇଜେସନକୁ ଧ୍ୟାନରେ ରଖିବାକୁ ପଡିବ । ଏହିପରି ବସ୍ ଓ କ୍ୟାବ୍ ଚଳାଚଳ ମଧ୍ୟ ଆଗ ଭଳି ଆରମ୍ଭ ହେଉଛି । ହେଲେ ଏଠି ବି ସରକାରୀ ଗାଇଡଲାଇନକୁ କଡାକଡି ମାନିବାକୁ ହେବ । ୫୦% ରୁ ଅଧିକ ଯାତ୍ରୀ ବସରେ ଯାଇପାରିବେ ନାହିଁ । ଏହିପରି କ୍ୟାବରେ ୩ ଜଣରୁ ଅଧିକ ଯାତ୍ରୀ ବସିପାରିବେ ନାହିଁ । ତେବେ ଦୀର୍ଘ ଦିନର ଲକଡାଉନ ପରେ ଏବେ ସ୍ଥିତି ସ୍ବଭାବିକ କରିବାକୁ ପ୍ରତି ରାଜ୍ୟ ନୂଆ ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି ।

ABOUT THE AUTHOR

...view details