ଓଡିଶା

odisha

ETV Bharat / bharat

ସର୍ବକନିଷ୍ଠ ସାଂସଦଙ୍କୁ 2ୟ ସର୍ବକନିଷ୍ଠ ସାଂସଦଙ୍କ ଶୁଭେଚ୍ଛା

ଏଥର ଲୋକସଭା ନିର୍ବାଚନରେ ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଓଡିଶାର ଚନ୍ଦ୍ରାଣୀ ମୂର୍ମୂ । ବିଜେଡି ଟିକେଟରେ କେନ୍ଦୁଝର ଲୋକସଭା ସିଟରୁ ସେ ଜିତିଛନ୍ତି । 25 ବର୍ଷିୟା ଚନ୍ଦ୍ରାଣୀ ଦେଶର ସର୍ବକନିଷ୍ଠ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦେଶର 2ୟ ସର୍ବକନିଷ୍ଠ ସାଂସଦ ।

By

Published : May 25, 2019, 11:57 PM IST

ଡିଜାଇନ ଫଟୋ

ବେଙ୍ଗାଲୁରୁ: ରାଜନୀତିରେ ଯୁବନେତାଙ୍କ ପ୍ରବେଶ ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଆଉ ଯଦି ଏହି ଯୁବନେତା ଶିକ୍ଷିତ ହୋଇଥିବେ ତେବେ ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ ।

ଏଥର ଲୋକସଭା ନିର୍ବାଚନରେ ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଓଡିଶାର ଚନ୍ଦ୍ରାଣୀ ମୂର୍ମୂ । ବିଜେଡି ଟିକେଟରେ କେନ୍ଦୁଝର ଲୋକସଭା ସିଟରୁ ସେ ଜିତିଛନ୍ତି । 25 ବର୍ଷିୟା ଚନ୍ଦ୍ରାଣୀ ଦେଶର ସର୍ବକନିଷ୍ଠ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦେଶର 2ୟ ସର୍ବକନିଷ୍ଠ ସାଂସଦ ।

ଦକ୍ଷିଣ ବେଙ୍ଗାଲୁରୁରୁ ବିଜେପି ଟିକେଟରେ ଜିତିଛନ୍ତି ତେଜସ୍ବୀ ସୂରିୟା । ସେ ଏଥର ଲୋକସଭା ନିର୍ବାଚନରେ ଚନ୍ଦ୍ରାଣୀଙ୍କ ପରେ ଦ୍ବିତୀୟ ସର୍ବକନିଷ୍ଠ ସାଂସଦ ଭାବେ ବିଜୟୀ ହୋଇଛନ୍ତି । 28 ବର୍ଷୀୟ ତେଜସ୍ବୀ ଜଣେ ଇଞ୍ଜିନିୟର ହୋଇଥିବାବେଳେ ରାଜନୀତିରେ ସେ ନୂଆ ଥିଲେ । ହେଲେ ସେ କଂଗ୍ରେସର ବରିଷ୍ଠ ନେତା ବିକେ ହରିପ୍ରସାଦଙ୍କୁ 3 ଲକ୍ଷରୁ ଅଧିକ ଭୋଟରେ ହରାଇଛନ୍ତି ।

ତେଜସ୍ବୀଙ୍କ ପ୍ରଦର୍ଶନକୁ ବିଜେପିରେ ଖୁବ ତାରିଫ କରାଯାଉଛି । ତେବେ ସେ ଚନ୍ଦ୍ରାଣୀଙ୍କୁ ବିଜୟ ନେଇ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ବଂଶଗତ ରାଜନୀତିରୁ ଊର୍ଦ୍ଧ୍ବରେ ଥିବାରୁ ଚନ୍ଦ୍ରାଣୀଙ୍କୁ ତେଜସ୍ବୀ ପ୍ରଶଂସା କରିଛନ୍ତି । ଏପରି ଯୁବନେତାଙ୍କ ରାଜନୀତିରେ ପ୍ରବେଶ ନିଶ୍ଚିତ ଭାବେ ଦେଶ ଲାଗି ଗୌରବର ବିଷୟ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details