ଓଡିଶା

odisha

ETV Bharat / bharat

ନାମାଙ୍କନ ପତ୍ର ଦାଖଲ କଲେ ତେଜସ୍ବୀ - ବିାହାର ନିର୍ବାଚ୍ଚନ

ବିହାର ନିର୍ବାଚ୍ଚନ ପାଖେଇ ଆସୁଥିବାବେଳେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ନାମାଙ୍କନ ଦାଖଲ କରିଛନ୍ତି । ପଢନ୍ତୁ ଅଧିକ......

ନମାଙ୍କନ ପତ୍ର ଦାଖଲ କଲେ ତେଜସ୍ବୀ
ନମାଙ୍କନ ପତ୍ର ଦାଖଲ କଲେ ତେଜସ୍ବୀ

By

Published : Oct 14, 2020, 2:35 PM IST

ପାଟନା: ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପାର୍ଥୀ ତେଜସ୍ବୀ ଯାଦବ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବାକୁ ଗଲା ବେଳେ ତେଜସ୍ବୀ ମା’ ରାବ୍ରୀ ଦେବୀ ଓ ବଡ ଭାଇ ତେଜପ୍ରତାପଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।

ଦଳ କ୍ଷମତାକୁ ଆସିଲେ 10 ଲକ୍ଷ ଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା ନେଇ ସରକାର ପ୍ରାଥମିକତାର ସହ କାମ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ତେଜସ୍ବୀ । ପରେ ସମାନ କାର୍ଯ୍ୟ ପାଇଁ ସମାନ ମଜୁରୀ, ଶ୍ରମିକଙ୍କ ପ୍ରସଙ୍ଗକୁ ସରକାର ଅଗ୍ରାଧିକାର ଦେଇ କାର୍ଯ୍ୟ କରିବ ବୋଲି ମଧ୍ୟ ସେ କହିଛନ୍ତି । ଆରଜେଡି ସହ କଂଗ୍ରେସ ଓ ଅନ୍ୟ କିଛି ବାମଦଳଙ୍କ ସହଯୋଗରେ ଗଠିତ ହୋଇଥିବା ମହାମେଣ୍ଟ ଚଳିତ ଥର ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରିଛି ।

ଏକ ବିରାଟ ଶୋଭାଯାତ୍ରାରେ ତେଜସ୍ବୀ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିଲେ । ଯେଉଁଥିରେ କୋଭିଡ କଟକଣା ତଥା ସାମାଜିକ ଦୂରତା ମଧ୍ୟ ଆଦୌ ଦେଖିବାକୁ ମିଳିନଥିଲା । ବହୁ ସଂଖ୍ୟାରେ ଆରଜେ଼ଡି ସମର୍ଥକ ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ କରୋନା କଟକଣାକୁ ଖୋଲାଖୋଲି ଭାବେ ଉଲଙ୍ଘନ କରିଥିବା ଦେଖିବାକୁ ମିଳିଛି । ଶୋଭାଯାତ୍ରା ବେଳେ ସ୍ଥାନେ ସ୍ଥାନେ ଉତ୍ତେଜନା ମଧ୍ୟ ଦେଖିବାକୁ ମଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details