ଓଡିଶା

odisha

ETV Bharat / bharat

ବିହାରରେ ସର୍ବନିମ୍ନ କୋରୋନା ପରୀକ୍ଷା, ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର: ତେଜସ୍ବୀ - tejashwi yadav

ସମଗ୍ର ଦେଶ କୋରୋନା ମହାମାରୀ ସହିତ ଲଢୁଛି। ପ୍ରତ୍ୟେକ ଦିନ ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ଏହି ସମୟରେ ବିହାରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣ ସମ୍ପର୍କରେ ଆରଜେଡି ନେତା ତେଜସ୍ବୀ ଯାଦବ, ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଆରଜେଡି ନେତା ତେଜସ୍ବୀ ଯାଦବ
ଆରଜେଡି ନେତା ତେଜସ୍ବୀ ଯାଦବ

By

Published : Jul 18, 2020, 12:31 PM IST

ପାଟନା:ସମଗ୍ର ଦେଶ କୋରୋନା ମହାମାରୀ ସହିତ ଲଢୁଛି। ପ୍ରତ୍ୟେକ ଦିନ ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ଏହି ସମୟରେ ବିହାରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣ ସମ୍ପର୍କରେ ଆରଜେଡି ନେତା ତେଜସ୍ବୀ ଯାଦବ, ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେଜସ୍ବୀ କହିଛନ୍ତି ଯେ, ବିହାରରେ କୋଭିଡ-19 ପରୀକ୍ଷା ସର୍ବନିମ୍ନ କରାଯାଉଛି। ଅବସ୍ଥା ଖରାପ ରହିଛି। ରାଜ୍ୟ ସରକାର ମଧ୍ୟ ଏହି ତଥ୍ୟରେ ହେରଫେର୍ କରୁଛନ୍ତି। ତେବେ ମାମଲା ବୃଦ୍ଧି ପାଉଥିବାରୁ ବିହାର ସ୍ଥିତିର ସମୀକ୍ଷା କରିବାକୁ କେନ୍ଦ୍ର 3 ଜଣିଆ ଟିମ୍ ପଠାଉଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ନେତୃତ୍ବରେ ଏକ ଟିମ୍ ବିହାରକୁ ଯାଇ କୋରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରିବେ। ବିହାରରେ କୋରୋନା ମାମଲା ବୃଦ୍ଧି ପାଉଛି ଓ ଏହି କାରଣରୁ 31 ଜୁଲାଇ ପର୍ଯ୍ୟନ୍ତ ରାଜ୍ୟର ସହରାଞ୍ଚଳକୁ ଲକଡାଉନ୍ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ବିହାରରେ 23 ହଜାର 589 ଟି କୋରୋନା ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ 8767 ସକ୍ରିୟ ମାମଲା ରହିଛି । ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା 4 ଟା ସୁଦ୍ଧା 24 ଘଣ୍ଟା ମଧ୍ୟରେ ରାଜ୍ୟରେ 10273 ନମୁନା ପରୀକ୍ଷା କରାଯାଇଛି। ଏହି ସୂଚନା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ 14621 ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ରାଜ୍ୟରେ କୋରୋନା ପୁନଃରୁଦ୍ଧାର ହାର 64.36 ପ୍ରତିଶତ ରହିଛି। ଏଥି ସହିତ ଏଠାରେ ମୋଟ 3 ଲକ୍ଷ 57 ହଜାର 730 ନମୁନା ଯାଞ୍ଚ କରାଯାଇଛି। ବିହାରର 38 ଟି ଜିଲ୍ଲାରେ କୋରୋନା ସଂକ୍ରମଣ ମାମଲା ରହିଛି । ଏହି ଭୂତାଣୁ ଯୋଗୁଁ ବର୍ତ୍ତମାନ ସୁଦ୍ଧା 201 ଜଣଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details