ଓଡିଶା

odisha

By

Published : Oct 17, 2020, 11:00 AM IST

ETV Bharat / bharat

ବିହାର ନିର୍ବାଚନ; ମହାମେଣ୍ଟର ନିର୍ବାଚନୀ ଇସ୍ତାହାର ପ୍ରକାଶ, ରୋଜଗାରକୁ ଗୁରୁତ୍ବ

ବିହାର ବିଧାନସଭା ନିର୍ବାଚନକୁ ଆଉ 11 ଦିନ ବାକି ରହିଛି । ଆଜି ମହାମେଣ୍ଟ ପକ୍ଷରୁ ଇସ୍ତାହାର ଜାରି ହୋଇଛି । ମହାମେଣ୍ଟ ନିଜ ନିର୍ବାଚନୀ ଇସ୍ତହାରରେ ଯୁବକଙ୍କୁ ରୋଜଗାର ଦେବାକୁ ସଂକଳ୍ପ ନେଇଛି । ଏହି ଅବସରରେ ଆରଜେଡି ନେତା ତେଜସ୍ବୀ ଯାଦବ ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ ଉଠାଇଥିଲେ । ଅଧିକ ପଢନ୍ତୁ...

ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଟ୍ରମ୍ପ ଆସିବେ ନାହିଁ
ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଟ୍ରମ୍ପ ଆସିବେ ନାହିଁ

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟ ଜାରି କଲା ନିର୍ବାଚନୀ ଇସ୍ତାହାର । ଆରଜେଡି ନେତା ତେଜସ୍ବୀ ଯାଦବ ଜାରି କରିଛନ୍ତି । ମହାମେଣ୍ଟର ସଂକଳ୍ପ ପତ୍ରରେ ଯୁବକଙ୍କୁ ରୋଜଗାରକ୍ଷମ କରିବାକୁ ପ୍ରତିଶୃତି ଦିଆଯାଇଛି। ମହାମେଣ୍ଟ ସରକାର ଗଠନ କଲେ ଏହାର ପ୍ରଥମ ଓ ମୁଖ୍ୟ କାମ 10 ଲକ୍ଷ ଯୁବକଙ୍କୁ ଚାକିରି ଦେବାକୁ କ୍ୟାବିନେଟନରେ ଅନୁମୋଦନ କରାଯିବ । ଏହି ଅବସରରେ କଂଗ୍ରେସ ନେତା ରଣଦୀପ ସର୍ଯ୍ୟୱେଲା ଓ ଶକ୍ତିସିହ୍ନା ଗୋହିଲ ଓ ଅନ୍ୟାନ୍ୟ ଉପସ୍ଥିତି ରହିଥିଲେ ।

ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଟ୍ରମ୍ପ ଆସିବେ ନାହିଁ

ଏହି କାର୍ଯ୍ୟକ୍ରମ ସମୟରେ ତେଜସ୍ବୀ ଯାଦବ କହିଛନ୍ତି, ବିହାରରେ ଡବଲ ଇଞ୍ଜିନ ସରକାର ରହିଛି । ନୀତିଶ ସରକାର ଗତ 15 ବର୍ଷ ଧରି ରାଜ୍ୟରେ ଶାସନ କରିଆସିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ବିହାରକୁ ସ୍ବତନ୍ତ୍ର ରାଜ୍ୟପାହ୍ୟାର ମାନ୍ୟତା ମିଳିନାହିଁ । ଏହାକୁ ସମାଧାନ କରିବାକୁ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ଆସିବେ ।

ଆଜି ଠାରୁ ନବରାତ୍ରୀ ଆରମ୍ଭ ହେଉଥିବାବେଳେ ମହାମେଣ୍ଟ ଏହି ବିଶେଷ ଦିନରେ ନିଜର ସଂକଳ୍ପ ପତ୍ର ଜାରି କରିଛି । ଜନତାଙ୍କ ସମର୍ଥନ ମିଳିଲେ ପ୍ରଥମ କ୍ୟାବିନେଟରେ ହିଁ ରୋଜାଗାର ଉପରେ ଅନୁମୋଦନ କରାଯିବ ବୋଲି ଆରଜେଡି ନେତା କହିଛନ୍ତି।

ସେ ଆହୁରି କହିଛନ୍ତି, ସଂକଳ୍ପ ପରିବର୍ତ୍ତନ କରିବାକୁ ଆମର ସଂକଳ୍ପ। ସମାନ କାମ, ସମାନ ଦରମା | ଆମେ ପଳାୟତକୁ ରୋକିବାକୁ ଉଦ୍ୟମ କରିବେ। ବିଶ୍ବ ସ୍ତରୀୟ ସୁବିଧା ଯୋଗାଇ ଦିଆଯିବ । କୃଷକଙ୍କ ଋଣ ଛାଡ କରାଯିବ। ବିଜୁଳିର ସମସ୍ତ ସମସ୍ୟା ସମାଧାନ କରାଯିବ ।

ସୂଚନାଯୋଗ୍ୟ, ଚଳିତ ଥର ୩ଟି ପର୍ଯ୍ୟାୟରେ ବିହାରରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର 28, ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ଓ ନଭମ୍ବର ୭ରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ପଡିବ । ୧୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ବାହାରିବ । ତେବେ କୋରୋନା ଆକ୍ରାନ୍ତ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

...view details