ଓଡିଶା

odisha

ETV Bharat / bharat

15 ବର୍ଷରୁ ଠକି ଆସୁଥିବା ସରକାର ନଭେମ୍ବର 10ରେ ନିଶ୍ଚିହ୍ନ ହେବ: ତେଜସ୍ବୀ ଯାଦବ - tejashwi yadav

ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ମୋକାମାରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଅଧିକ ପଢନ୍ତୁ...

ତେଜସ୍ବୀ ଯାଦବ
ତେଜସ୍ବୀ ଯାଦବ

By

Published : Oct 18, 2020, 6:21 PM IST

ପାଟନା: ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ମୋକାମାରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ତେଜସ୍ବୀ କହିଛନ୍ତି ଯେ 15 ବର୍ଷ ଧରି ଜନତାଙ୍କୁ ପ୍ରତାରିତ କରୁଥିବା ସରକାର ନଭେମ୍ବର 10ରେ ନିଶ୍ଚିହ୍ନ ହେଉଛନ୍ତି । ଏହି ସମୟରେ ସେ ଆରଜେଡି ପ୍ରାର୍ଥୀ ବାହୁବଲୀ ବିଧାୟକ ଅନନ୍ତ କୁମାର ସିଂଙ୍କ ସପକ୍ଷରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ କି ମୁଁ କେବଳ ପାଞ୍ଚ ବର୍ଷର ସୁଯୋଗ ମାଗୁଛି।

ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ସରକାର ଗଠନ ହୁଏ ତେବେ ବିହାରର 10 ଲକ୍ଷ ଯୁବକଙ୍କୁ ରୋଜଗାର ଏବଂ ଚାକିରି ଯୋଗାଇବା କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ହେବ। ସାଧାରଣ ସଭାରେ ତେଜସ୍ବୀ ନିଯୁକ୍ତ ଶିକ୍ଷକଙ୍କ ସହିତ ଛାତ୍ରମାନଙ୍କ ସପକ୍ଷରେ ମଧ୍ୟ କହିଥିଲେ । ତେଜସ୍ବୀ କହିଛନ୍ତି ଯେ ଦୀର୍ଘ ଦିନ ଧରି ନିଯୁକ୍ତ ହୋଇଥିବା ଶିକ୍ଷକ ସମାନ କାମ ପାଇଁ ସମାନ ଦରମା ଦାବି କରି ଆସୁଛନ୍ତି। ଯଦି ସେମାନଙ୍କ ସରକାର ଗଠନ ହୁଏ ତେବେ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ।

ସେ କହିଛନ୍ତି ଯେ 15 ବର୍ଷ ଧରି ଚାଲିଥିବା ଏହି ସରକାର କେବଳ ଲୋକଙ୍କୁ ଠକିବା କାମ କରିଛନ୍ତି। ଲକଡାଉନ୍ ସମୟରେ ସରକାର ପ୍ରବାସୀ ଶ୍ରମିକଙ୍କ ନିକଟକୁ ଯିବା ପରିବର୍ତ୍ତେ ସେମାନଙ୍କ ଠାରୁ ମୁହଁ ଫେରାଇ ନେଇଥିଲେ। ଏହାସହ ବିହାରରୁ ସ୍ଥାନାନ୍ତରଣ ଓ ରୋଜଗାରରେ ସରକାର ବିଫଳ ହୋଇଥିବା ସେ କହିଛନ୍ତି ।

ABOUT THE AUTHOR

...view details