ଓଡିଶା

odisha

ETV Bharat / bharat

ଲାଲୁଙ୍କ ଦୁଇ ପୁଅ ମୁହାଁମୁହିଁ, ଆରଜେଡି ବିରୋଧରେ ନିର୍ବାଚନ ଲଢିବେ ତେଜ ପ୍ରତାପ

ସାଧାରଣ ନିର୍ବାଚନକୁ ବେଶ ସରଗରମ ହୋଇ ଉଠିଛି ବିହାରର ରାଜନୀତି । ଗୋଟିଏ ପଟେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ଚ୍ୟାଲେଞ୍ଜ ଦେବା ଆରଜେଡି ନେତୃତ୍ବରେ ଗଢାଯାଇଛି ମହାମେଣ୍ଟ । ଅନ୍ୟପକ୍ଷେ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଦେଖା ଦେଇଛି କଳହ ।

By

Published : Mar 30, 2019, 9:31 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପାଟନା: ସାଧାରଣ ନିର୍ବାଚନକୁ ବେଶ ସରଗରମ କରିଛି ବିହାରର ରାଜନୀତି । ଗୋଟିଏ ପଟେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ଚ୍ୟାଲେଞ୍ଜ ଦେବା ପାଇଁ ଆରଜେଡି ନେତୃତ୍ବରେ ଗଢାଯାଇଛି ମହାମେଣ୍ଟ । ଅନ୍ୟପକ୍ଷରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଦେଖା ଦେଇଛି କଳହ। ଲାଲୁଙ୍କ ଦୁଇ ପୁଅ ତେଜସ୍ବୀ ଓ ତେଜ ପ୍ରତାପଙ୍କ ମଧ୍ୟରେ ଲୋକସଭା ନିର୍ବାଚନକୁ ନେଇ ଦିନକୁ ଦିନ ବଢିଚାଳିଛି ବିବାଦ । ଜାହାନାବାଦ ଓ ଶିବହର ଲୋକସଭା ଆସନକୁ ନେଇ ଦୁଇ ଭାଇ ଏବେ ମୁହାଁମୁହିଁ ହୋଇଛନ୍ତି।

ଏହି ସବୁ ଭିତରେ ତେଜପ୍ରତାପ ଶନିବାର ଘୋଷଣା କରିଛନ୍ତି ଯେ ସେ ଜାହାନାବାଦରୁ ତାଙ୍କ ପ୍ରାର୍ଥୀ ଚନ୍ଦ୍ର ପ୍ରକାଶ ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ। ଚନ୍ଦ୍ର ପ୍ରକାଶ ଆରଜେଡି ପ୍ରାର୍ଥୀ ସୁରେନ୍ଦ୍ର ଯାଦବଙ୍କ ବିରୋଧରେ ନିର୍ବାଚନ ଲଢିବେ ।

ତେଜପ୍ରତାପ ଚାହୁଁଛନ୍ତି ଯେ ତାଙ୍କ ସହଯୋଗୀ ଚନ୍ଦ୍ର ପ୍ରକାଶଙ୍କୁ ଜାହାନାବାଦ ଓ ଅଙ୍ଗେଶ ସିଂଙ୍କୁ ଶିବହର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଉଛି । କିନ୍ତୁ ତାଙ୍କ ସାନ ଭାଇ ତେଜସ୍ବୀ ଏଥି ପାଇଁ ରାଜି ନୁହଁନ୍ତି । ୨ ଦିନ ପୂର୍ବରୁ ତେଜ ପ୍ରତାପ ପାଟନାରେ ଏନେଇ ଏକ ପ୍ରେସ କନଫରେନ୍ସ କରିଥାନ୍ତେ । କିନ୍ତୁ ତାଙ୍କ ବାପା ଲାଲୁଙ୍କୁ ଏହି ବିଷୟରେ ଜ୍ଞାତ ଥିବାରୁ ଶେଷ ମୁହୂର୍ତ୍ତରେ ଏହାକୁ ରଦ୍ଦ କରାଯାଇଥିଲା।

ABOUT THE AUTHOR

...view details