ଓଡିଶା

odisha

ETV Bharat / bharat

ମୋଦିଙ୍କ ବିରୁଦ୍ଧରେ ବାହାଦୁର ନୁହେଁ, ଲଢିବେ ଶାଳିନୀ

ତେଜ ବାହାଦୁରଙ୍କ ପ୍ରାର୍ଥୀପତ୍ର ନାକଚ। ମୋଦିଙ୍କ ବିରୁଦ୍ଧରେ ବାରଣାସୀରୁ ସମାଜବାଦୀ ପାର୍ଟିର ମହାମେଣ୍ଟର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ତେଜ ବାହାଦୁର ଯାଦବ । ଉପଯୁକ୍ତ ପ୍ରମାଣ ପତ୍ର ଦାଖଲ ନକରିବାରୁ ପ୍ରାର୍ଥୀ ପତ୍ର ନାକଚ କଲେ ରିଟର୍ଣ୍ଣିଂ ଅଫିସର ।

ଫାଇଲ ଫଟୋ

By

Published : May 2, 2019, 12:19 PM IST

ବାରଣାସୀ: ବାରଣାସୀରେ ସମାଜବାଦୀ ପାର୍ଟିକୁ ବଡ ଝଟକା । ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ସପାରୁ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିବାକୁ ଥିବା ତେଜ ବାହାଦୁର ଯାଦବଙ୍କ ନାମାଙ୍କନ ରଦ୍ଦ ହୋଇଛି । ଏହା ପୂର୍ବରୁ ତେଜ ବାହାଦୁର ବିଏସଏଫରୁ ବିତାଡିତ ହୋଇଥିଲେ ।

ଜିଲ୍ଲା ନିର୍ବାଚନ ଅଧିରକାରୀ ସୁରେନ୍ଦ୍ର କୁମାରଙ୍କ କହିବାନୂସାରେ, ଦିନ 11ଟା ସୁଦ୍ଧା ତେଜ ବାହାଦୂରଙ୍କୁ ପ୍ରମାଣ ପତ୍ର ପ୍ରସ୍ତୁତ କରିବାକୁ କୁହାଯାଇଥିଲା । କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ମଧ୍ୟ ସେ ଦାଖଲ କରିପାରିଲେନାହିଁ । ଯେଉଁଥିପାଇଁ ଯାଦବଙ୍କ ପ୍ରାର୍ଥୀପତ୍ରକୁ ନାକଚ କରିଦିଆଯାଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

ଘଟଣାରେ ତେଜ ବାହାଦୁର ନିଜର ପ୍ରତିକ୍ରିୟା ରଖି କହିଛନ୍ତିଯେ, ସେ ଯେବେଠୁ ମୋଦିଙ୍କ ବିରୋଦ୍ଧରେ ଲଢିବା ନେଇ ନିର୍ଦ୍ଧିଷ୍ଟ ହୋଇଥିଲା ସେବେଠାରୁ ଭାଜପାର ଚିନ୍ତା ବଢିଯାଇଥିଲା । ଆଉ ସେ ଯେପରି ମୋଦିଙ୍କ ବିରୋଦ୍ଧରେ ଲଢିନପାରିବେ ସେନେଇ ଏହା ବିଜେପିର ଗୋଟେ ଚାଲ ବୋଲି ବାହାଦୁର କହିଛନ୍ତି ।

ତେବେ ବାହାଦୂରଙ୍କ ପ୍ରାର୍ଥୀପତ୍ର ନାକଚ ପରେ, ବାରଣାସୀରେ ମୋଦିଙ୍କ ବିପକ୍ଷରେ ମହାମେଣ୍ଟର ପ୍ରାର୍ଥୀ ଭାବେ ଶାଳିନୀ ଯାଦବ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ ହୋଇଛି ।

ABOUT THE AUTHOR

...view details