ଓଡିଶା

odisha

ETV Bharat / bharat

ଛୁଆଙ୍କ ପ୍ରଥମ ଦାନ୍ତ

ମାଢିରେ ପ୍ରଥମ ସେଟ୍ ଦାନ୍ତ ଜନ୍ମିଲେ ତାଠାରେ ଦାନ୍ତଉଠିବା ପ୍ରକ୍ରିୟା ଆରମ୍ଭ ହେଲା ବୋଲି ଧରିବାକୁ ହେବ । ଦାନ୍ତ ଉଠିଲେ ଛୁଆ ଧୀରେ ଧୀରେ ତରଳ ଖାଦ୍ୟ ପଦାର୍ଥରୁ କଠିନ ଖାଦ୍ୟ ଖାଇବା ଆରମ୍ଭ କରିବ । ଛୁଆ ବଢିବା ସହ ତାକୁ କଠିନ ଖାଦ୍ୟ ଖୁଆଇବା ଜରୁରୀ । ଏହାଦ୍ୱାରା ଛୁଆର ପୋଷଣ ଆବଶ୍ୟକତା ବି ପୂରଣ ହୋଇଥାଏ ।

ଛୁଆଙ୍କ ପ୍ରଥମ ଦାନ୍ତ
ଛୁଆଙ୍କ ପ୍ରଥମ ଦାନ୍ତ

By

Published : Sep 24, 2020, 12:54 PM IST

ଛୁଆର ମାଢିରେ ପ୍ରଥମ ସେଟ୍ ଦାନ୍ତ ଜନ୍ମିଲେ ତାଠାରେ ଦାନ୍ତଉଠିବା ପ୍ରକ୍ରିୟା ଆରମ୍ଭ ହେଲା ବୋଲି ଧରିବାକୁ ହେବ । ଦାନ୍ତ ଉଠିଲେ ଛୁଆ ଧୀରେ ଧୀରେ ତରଳ ଖାଦ୍ୟ ପଦାର୍ଥରୁ କଠିନ ଖାଦ୍ୟ ଖାଇବା ଆରମ୍ଭ କରିବ । ଛୁଆ ବଢିବା ସହ ତାକୁ କଠିନ ଖାଦ୍ୟ ଖୁଆଇବା ଜରୁରୀ । ଏହାଦ୍ୱାରା ଛୁଆର ପୋଷଣ ଆବଶ୍ୟକତା ବି ପୂରଣ ହୋଇଥାଏ । ହାଇଦ୍ରାବାଦର ରେନ୍ ବୋ ହସପିଟାଲର ଶିଶୁ ଦନ୍ତ ବିଶେଷଜ୍ଞ ଡକ୍ଟର ଶ୍ରୀନିବାସ ନାମିନେନି କହନ୍ତି ଯେ, ୬ ରୁ ୧୮ ମାସ ବୟସ ମଧ୍ୟରେ ଛୁଆର ଦାନ୍ତ ଉଠିବା ଆରମ୍ଭ ହୁଏ । ୧୮ରୁ ୨୦ ମାସ ମଧ୍ୟରେ ଯଦି ଛୁଆର ଦାନ୍ତ ନ ଉଠେ, ତାହା ହେଲେ ମାଆବାପା ଶିଶୁ ଦନ୍ତ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଦରକାର ବୋଲି ଡକ୍ଟର ଶ୍ରୀନିବାସ କହନ୍ତି ।

ଫର୍ମେସନ ସମସ୍ୟା ଥିଲେ ଛୁଆର ଦାନ୍ତ ଉଠିବାରେ ଅସୁବିଧା ହୁଏ । ଏସବୁ କ୍ଷେତ୍ରରେ ଦାନ୍ତ ଭଲ ଭାବେ ଉଠେ ନାହିଁ ବା ଜମା ଉଠେ ନାହିଁ । ନିଓନାଟାଲ ଟିଥ୍‌ ଦାନ୍ତ ଉଠିବା ପ୍ରକ୍ରିୟା ଛୁଆ ଜୀବନରେ ସବୁଠାକୁ କଷ୍ଟକର ପର୍ଯ୍ୟାୟ ହୋଇଥାଏ । ବେଳେ ବେଳେ ଜନ୍ମରୁ ଛୁଆର ଦାନ୍ତ ଥାଏ । ଏହି ଦାନ୍ତକୁ ନିଓନାଟାଲ ଟିଥ୍ କୁହାଯାଏ । ଏ ପ୍ରକାର ଦାନ୍ତକୁ ହଟାଯିବ କି ନାହିଁ ,ତାହା ଛୁଆର ସ୍ଥିତି ଉପରେ ନିର୍ଭର କରିଥାଏ ବୋଲି ଡକ୍ଟର ଶ୍ରୀନିବାସନ କହନ୍ତି । ନିଓନାଟାଲ ଦାନ୍ତ ଦ୍ୱାରା କିଛି ସାଧାରଣ ଅସୁବିଧା ଦେଖାଯାଇଥାଏ । ସେଗୁଡିକ ହେଲା

. ଏହି ଦାନ୍ତ ଯୋଗୁଁ ସ୍ତନ୍ୟପାନ କରାଇବାରେ ମାଆକୁ ଅସୁବିଧା ହୁଏ ।

. ନିଓନାଟାଲ ଦାନ୍ତ ହୁଗୁଳା ହୋଇ ଝୁଲନ୍ତା ଅବସ୍ଥାରେ ଥାଏ ।

. ଛୁଆରେ ଜିଭ ତଳେ ଘାଆ ହୋଇଥାଇପାରେ ।

ଉପରୋକ୍ତ ଅସୁବିଧା ଦେଖାଦେଉଥିଲେ ସେହି ଦାନ୍ତକୁ କାଢିବ ଜରୁରୀ ହୋଇଥାଏ । ପରେ ଛୁଆର ସ୍ୱାଭାବିକ ଭାବେ ଦାନ୍ତ ଉଠିଥାଏ । ତେଣୁ ମାଆବାପା ଏ ନେଇ ବେଶୀ ଚିନ୍ତା କରିବା ଦରକାର ନାହିଁ । ଦାନ୍ତ ଉଠିବା ବେଳର ସମସ୍ୟା ଡକ୍ଟର ଶ୍ରୀନିବାସ ବୁଝାଇ କହନ୍ତି ଯେ, ଦାନ୍ତ ଉଠିବା ହେଉଛି ଏକ ସ୍ୱାଭାବିକ ପ୍ରକ୍ରିୟା । ଏହା ହେଉଛି ପ୍ରଥମ ଟିସୁ , ଯାହା କି ଅନ୍ୟଠୁ ଭିନ୍ନ । କିଛି ବ୍ୟାକଟେରିଆ ପ୍ରାକୃତିକ ଭାବେ ଦାନ୍ତରେ ରହିଥାନ୍ତି । ଦାନ୍ତ ଉଠିବା ପରେ ସେଗୁଡିକ ପାଟିରେ ବ୍ୟାପିବା ଆରମ୍ଭ କରନ୍ତିା ବେଳେ ବେଳେ ଛୁଆର ଶରୀର ସେସବୁ ବ୍ୟାକଟେରିଆ ସହ ଖାପ ଖୁଆଇ ପାରେ ନାହିଁ । ଫଳରେ ଛୁଆଠାରେ କେତେକ ପ୍ରତିକ୍ରିୟା ପ୍ରକାଶ ପାଏ । ମାଢି ଫୁଲିବା, ବ୍ୟତିବ୍ୟସ୍ତତା, ସାମାନ୍ୟ ଅଧିକ ତାପମାତ୍ରା ଭଳି ଲକ୍ଷଣ ଦେଖାଯାଏ । ଛୁଆମାନେ କୌଣସି ବସ୍ତୁକୁmଧରିଲେ , ତାହା ଚୋବାଇବା ବି ଆରମ୍ଭ କରନ୍ତି ।

ପ୍ରଥମ ସେଟ୍ ଦାନ୍ତ ଉଠିଲା ବେଳେ ଛୁଆଠାରେ ଏସବୁ ସମସ୍ୟା ଦେଖାଯାଇଥାଏ । ଦାନ୍ତ ଉଠିଗଲା ପରେ ଛୁଆର ବିଶେଷ ଯତ୍ନ ନେବାକୁ ପଡିବ । କାରଣ ଦାନ୍ତ ଉଠିଲା ପରେ ଛୁଆମାନେ ଏକ ସାଧାରଣ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତାହା ହେଲା - ଆର୍ଲି ଚାଇଲ୍ଡହୁଡ୍ ଡେଂଟାଲ କ୍ୟାରିସ୍–ଇସିସି । ଯଦି ଏହି ସମସ୍ୟାର ତ୍ୱରିତ ସମାଧାନ କରା ନ ଯାଏ , ତାହାହେଲେ ଆଗକୁ ଏହା ଗୁୁରୁତର ହୋଇପାରେ । ଏହା ଖୁବ୍ ଯନ୍ତ୍ରଣାଦାୟକ । ଦାନ୍ତ ସଢିବା ବା ଦାନ୍ତରେ ପୋକ ହେବା ହିଁ କ୍ୟାରିସ । ତେଣୁ ଛୁଆର ଦାନ୍ତର ରଂଗରେ କୌଣସି ପରିବର୍ତନ ଲକ୍ଷ୍ୟ କଲେ ଏହାକୁ ଏଡାଇ ନ ଯାଇ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଦରକାର ।

କ’ଣ କରିବା ଦରକାର ?

ଛୁଆର ଦାନ୍ତ ଉଠିବା ବେଳେ କିଛି ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ ।

୧. ସଫା ରହିଥିବା ବସ୍ତୁ ହିଁ ଛୁଆକୁ ଧରିବାକୁ ଦିଅନ୍ତୁ ।

୨. ଛୁଆକୁ ୬ ମାସ ହୋଇଗଲେ, ଡେଣ୍ଟାଲ ଚେକଅପ୍ କରାନ୍ତୁ ।

ଦାନ୍ତ ଉଠିବା ଆଗରୁ ଛୁଆର ଚେକଅପ୍ କରାଗଲେ ଭଲ । କାରଣ ଦାନ୍ତ ଉଠିଲାପରେ ଛୁଆର ଯତ୍ନ କିଭଳି ନେବାକୁ ହେବ, ଛୁଆ କଣ ସବୁ ସମସ୍ୟାର ସାମନା କରିବ, ସେ ନେଇ ଆଗୁଆ ଜାଣିହେବ ।

୩. ପ୍ରଥମ ଦାନ୍ତ ଉଠିଲେ,ପ୍ରତିଦିନ ସଫା କରିବା ଦରକାର । ଛୁଆକୁ ୬ ମାସ ହୋଇଥିବା ବେଳେ ଦାନ୍ତ ଉଠିଲେ, ଶୁଷ୍କ ତୁଳା ଲୁଗାରେ ସେହି ଦାନ୍ତ ସଫା କରନ୍ତୁ । ୮ରୁ ୧୦ ମାସ ବୟସ ହେଲେ ଦାନ୍ତ ସଫା ପାଇଁ ସିଲିକନ ଫିଙ୍ଗର ବ୍ରସ୍ ବ୍ୟବହାର କରନ୍ତୁ । ଛୁଆକୁ ବଷେ ର୍ ହେଲା ପରେ ବେବି ବ୍ରସ ବ୍ୟବହାର କରନ୍ତୁ ।

୪. ଫ୍ଲୋରାଇଡ୍ ନ ଥିବା ଟୁଥପେଷ୍ଟରୁ ଦାନ୍ତ ସଫା ଆରମ୍ଭ କରନ୍ତୁ । ଦୁଇ ତିନି ମାସ ପରେ ୧୦୦୦ପିପିଏମ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରନ୍ତୁ । ଏକ ଧାନ ଦାନା ପରିମାଣର ଟୁଥପେଷ୍ଟ୍‌ରୁ ହିଁ ଦାନ୍ତ ସଫା ଆରମ୍ଭ କରନ୍ତୁ ।

୫. ଦିନକୁ ଅନ୍ତତଃ ଦୁଇ ଥର ଛୁଆର ଦାନ୍ତ ବ୍ରସ କରାନ୍ତୁ । ବ୍ରସିଂର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ନାହିଁ । ଧୀରେ ଧୀରେ ଦାନ୍ତ ଘଷନ୍ତୁ ।

୬. ଛୁଆକୁ କୌଣସି ଭାବେ ଅତିରିକ୍ତ ଚିନି ଖାଇବାକୁ ଦିଅନ୍ତୁ ନାହିଁ । ଅନ୍ତତଃ ଛୁଆକୁ ଦୁଇ ବର୍ଷ ବୟସ ହେଲା ଯାଏଁ ତାକୁ ଅତିରିକ୍ତ ମିଠାରୁ ଦୂରେଇ ରଖନ୍ତୁ । ଏହା ନ ହେଲେ ଛୁଆ ମିଠା ପ୍ରିୟ ହୋଇଯିବ । ଆଉ ଏହା ଆଗକୁ ଦାନ୍ତ ପାଇଁ ସମସ୍ୟା ସୃଷ୍ଟି କରିବ । ଚାରି ବର୍ଷ ବୟସ ନ ହେଲା ଯାଏଁ ଛୁଆକୁ ଚକୋଲେଟ୍ ବି ଦିଅନ୍ତୁ ନାହିଁ । ଚକୋଲେଟ୍ ଅପେକ୍ଷା ଭାରତୀୟ ମିଠା ଆପଣ ଦେଇପାରନ୍ତି । ଛୁଆମାନେ କଥା କହିପାରୁ ନ ଥିବାରୁ ମାଆବାପାମାନେ ସେମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବା ଜରୁରୀ । ଦାନ୍ତଜନିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଲାଗୁ ହେବ ।

ABOUT THE AUTHOR

...view details