ଓଡିଶା

odisha

ETV Bharat / bharat

ପୁଣି ଫେରିଲା ମରାତ୍ମକ ମୋମୋ ଚ୍ୟାଲେଞ୍ଜ, ନେଲା ଜଣଙ୍କ ଜୀବନ

ଫେରିଲା ମୋମୋ ଚ୍ୟାଲେଞ୍ଜ । ଆଉ ପୁଣି ନେଲା ଆଉ ଗୋଟିଏ ନାବାଳକ ପ୍ରାଣ । ଉତ୍ତରପ୍ରଦେଶ ଝାନସୀରେ ଦେଖିବାକୁ ମିଳିଛି ଏହି ଘଟଣା । ପୁଣି ଅବିଭାବକ ମହଲରେ ପିଲାଙ୍କୁ ନେଇ ଦେଖାଦେଇଛି ଚିନ୍ତା ।

By

Published : Jun 25, 2019, 6:16 AM IST

ଡିଜାଇନ ଫଟୋ

ଲକ୍ଷ୍ନୌ : ପୁଣି ଫେରିଲା ମାରାତ୍ମକ ମୋବାଇଲ ଗେମ 'ମୋମୋ' । ଆଉ ଏହାର ଶିକାର ହୋଇଛନ୍ତି ଝାନସୀର ଜଣେ ନାବାଳକ । ଗେମର ଶେଷ ସୋପାନରେ ପହଞ୍ଚିବାକୁ ଯାଇ ନିଜ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି ସେ । କିଛି ଦିନ ହେବେ ସେ ଏହି ଗେମରେ ବ୍ୟସ୍ତ ରହୁଥିବା ଜଣାପଡିଛି ।

ସୂଚନା ଅନୁସାରେ, ରାହୁଲ ପରିହାର ନାମକ ଏହି ନାବାଳକ ତାଳପୁର ପୋଲିସ ଷ୍ଟେସନ୍ ନିକଟସ୍ଥ ଜ୍ବଲା ମହାରାଜ ବଗିଚା ଅଞ୍ଚଳରେ ଜେଜେବାପା ମା' ଙ୍କ ସହ ରହୁଥିଲେ। ରାହୁଲଙ୍କ ପିତା ଆଗ୍ରାରେ ରହୁଥିବା ବେଳେ ମା' ନିଜ ବାପ ଘରେ ରୁହନ୍ତି । ପୋଲିସର ସୂଚନା ଅନୁସାରେ ରାହୁଲ ବ୍ୟବହାର କରୁଥିବା ମୋବାଇଲ ଫୋନରେ ମୋମୋ ଚ୍ୟାଲେଞ୍ଜ ଗେମ ରହିଛି । ଯାହାକୁ ଖେଳି ସେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

For All Latest Updates

ABOUT THE AUTHOR

...view details