ଓଡିଶା

odisha

ETV Bharat / bharat

ଟିକଟକ ମସ୍ତୀ ହେଲା ମରଣଯନ୍ତା

କାଳ ସାଜିଛି ଟିକଟକ ନିଶା। ମସ୍ତୀ କରୁକରୁ ଯାଉଛି ଜୀବନ। ସଲମାନ ନାମକ ଜଣେ ଯୁବକ ନିଜ ସାଙ୍ଗ ସୋହେଲ ଓ ଆମିର ସହ ମିଶି ଇଣ୍ଡିଆ ଗେଟ ଯାଇ ଘରକୁ ଫେରୁଥିବାବେଳେ କାରରେ କରୁଥିଲେ ଗୋଟିଏ ଟିକଟକ ଭିଡିଓ। ଭିଡିଓ କରିବା ସମୟରେ ସୋହେଲ, ସଲମାନଙ୍କ ମୁଣ୍ଡରେ ରଖି ଭିଡିଓ କରୁଥିବାବେଳେ ଟ୍ରିଗରରେ ହାତ ବାଜି ସଲମାନଙ୍କୁ ଗୁଳି ଲାଗିଥିଲା।

By

Published : Apr 15, 2019, 8:51 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଯୁବପୀଢିଙ୍କ ମଧ୍ୟରେ ଖୁବ ଚାଲିଛି ଟିକଟକ ଟ୍ରେଣ୍ଡ । ପ୍ରାୟ ଛୋଟରୁ ବଡ ସଭିଙ୍କୁ ଘାରିଛି ଟିକଟକ ନିଶା । ଆଉ ଏହି ନିଶା କାହା ପାଇଁ ହୋଇଛି କାଳ। ଟିକଟକରେ ନିଜ ମସ୍ତିଭରା ଭିଡିଓ ବନାଇବା ବେଳେ ପିସ୍ତଲରୁ ଗୁଳି ଫୁଟିବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି ।

ମିଳିଥିବା ପୋଲିସ ଖବର ଅନୁସାରେ, ଶନିବାର ରାତିରେ ସଲମାନ ନିଜ ସାଙ୍ଗ ସୋହେଲ ଓ ଆମିର ସହ ମିଶି ଇଣ୍ଡିଆ ଗେଟ ଯାଇଥିଲେ। ଏହି ସମୟରେ ସେ ଘରକୁ ଫେରୁଥିବାବେଳେ କାରରେ ସଲମାନଙ୍କ ସାଇଡ ସିଟରେ ବସିଥିଲେ ସୋହେଲ। ଆଉ ପଛ ସିଟରେ ଆମିର ବସିଥିଲେ ।

ମାତ୍ର ଏହି ସମୟରେ ନିଜ ପାଖରେ ଥିବା ଦେଶୀ ବନ୍ଧୁକକୁ ସୋହେଲ ସଲମାନଙ୍କ ଉପରେ ରଖି ଟିକଟକ ଭିଡିଓ ବନାଇବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ଟ୍ରିଗରରେ ହାତ ବାଜିବାରୁ ସଲମାନଙ୍କ ଉପରେ ଗୁଳି ଚାଲିଥିଲା ।

ଏହି ଘଟଣାକୁ ନେଇ ପୋଲିସ ଉଭୟ ସୋହେଲ ଓ ଆମିରକୁ ଗିରଫ କରିଛି । ସେମାନଙ୍କ ନାଁରେ ହତ୍ୟା ଓ ଅବୈଧ ଅସ୍ତ୍ରଶସ୍ତ୍ର ରଖିବା ଅପରାଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

For All Latest Updates

ABOUT THE AUTHOR

...view details