ଓଡିଶା

odisha

ETV Bharat / bharat

ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେନି ବୋଲି ଗୁଳି କରି ଆତ୍ମହତ୍ୟା - not clear

ଏକ 19 ବର୍ଷୀୟ ଛାତ୍ର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଗତ ମଙ୍ଗଳବାର ଛାତ୍ର ଜଣଙ୍କ ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନଥିବାରୁ ନିଜ ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ନିଜକୁ ଗୁଳି କରିଛନ୍ତି ।

By

Published : May 1, 2019, 12:23 PM IST

ହାଇଦ୍ରାବାଦ: ଏକ 19 ବର୍ଷୀୟ ଛାତ୍ର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଗତ ମଙ୍ଗଳବାର ଛାତ୍ର ଜଣଙ୍କ ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନଥିବାରୁ ନିଜ ବାପାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ନିଜକୁ ଗୁଳି କରିଛନ୍ତି ।

ସୂଚନା ଅନୁଯାୟୀ, ସୋହେଲ ନାମକ ଏହି ଛାତ୍ର ଜେଇଇ ପରୀକ୍ଷା ଦେଇଥିଲେ । ଏଥିସହ ସେ ଇଣ୍ଟରମିଡିଏଟ କ୍ଲିୟର କରିଥିଲେ ଏବଂ ଜେଇଇ ରେଜଲ୍ଟକୁ ଅପେକ୍ଷା କରିଥିଲେ । କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ କି ସେ ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହାଁନ୍ତି, ସେ ଡିପ୍ରେସନରେ ଥିଲେ । ଯାହାଫଳରେ ସେ ଏଭଳି ପଦକ୍ଷେପ ନେଇଥିଲେ ବୋଲି ନେରେଡମେଟ ପୋଲିସ ସୂଚନା ଦେଇଛନ୍ତି ।

ତେବେ ସୋହେଲଙ୍କ ବାପା ଜଣେ ଏକ୍ସ-ସୈନିକ ଥିବାବେଳେ ବର୍ତ୍ତମାନ ସେ ଏକ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର କାମ କରନ୍ତି । ଏହି ଘଟଣା ଜଣାପଡିବା ପରେ ନେରେଡମେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଗାନ୍ଧୀ ମେଡିକାଲ ପଠାଇଛନ୍ତି । ଏଥିସହ ସିଆରପିସି ଧାରା 17 ଆଧାରରେ ଥାନାରେ ଏକ ମାମଲା ଦର୍ଜ କରାଯାଇଛି । ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details