ଓଡିଶା

odisha

ETV Bharat / bharat

ସ୍ମାର୍ଟଫୋନ ପାଇଁ ୱାରେଣ୍ଟି ଅବଧି ବଢାଇଲା ଟେକ୍ନୋ ଇଣ୍ଡିଆ

ଷ୍ଟେଟମେଣ୍ଟ TECNO ହେଉଛି ଟ୍ରାନଜିସିଅନ ହୋଲ୍ଡିଂର ଏକ ବିଶ୍ୱସ୍ତରୀୟ ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ । ଯାହା କୋରୋନା ଲକଡାଉନ ପାଇଁ ନିଜର ସମସ୍ତ ଉତ୍ପାଦ ଶୁଭାରମ୍ଭକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେବା ସହ ୱାରେଣ୍ଟି ଅବଧି ବି ବଢାଇଛି । ଅଧିକ ପଢନ୍ତୁ...

TECNO
ଟେକନୋ ଇଣ୍ଡିଆ

By

Published : Apr 2, 2020, 10:52 AM IST

ହାଇଦ୍ରାବାଦ: ଟେକ୍ନୋ (TECNO) ଇଣ୍ଡିଆ ମଙ୍ଗଳବାର ଏହାର ସ୍ମାର୍ଟଫୋନ ପାଇଁ ଦୁଇ ମାସର ୱାରେଣ୍ଟି ବିସ୍ତାର ନୀତିର କାର୍ଯ୍ୟକାରିତା ଘୋଷଣା କରିଛି ଯାହାର ୱାରେଣ୍ଟି ମାର୍ଚ୍ଚ 20 ରୁ ମେ 31 ମଧ୍ୟରେ ଶେଷ ହେବ । ଏହି ସ୍ମାର୍ଟଫୋନଗୁଡିକ ପାଇଁ ୱାରେଣ୍ଟି ଅବଧି ସ୍ୱୟଂଚାଳିତ ଭାବରେ ଦୁଇମାସ ବୃଦ୍ଧି କରାଯିବ । ଗ୍ରାହକମାନେ ଯେକୌଣସି ସମୟରେ ୱାରେଣ୍ଟି ସ୍ଥିତି ଯାଞ୍ଚ କରିବାକୁ କାର୍ଲକେୟାର ଆପରେ ଲଗ ଇନ କରିପାରିବେ ବୋଲି କମ୍ପାନୀ କହିଛି।

ନୋଭେଲ କୋରୋନା ଭାଇରସର ବିସ୍ତାରକୁ ରୋକିବା ଉଦ୍ଦେଶ୍ୟରେ, ଏପ୍ରିଲ 14 ପର୍ଯ୍ୟନ୍ତ ଭାରତ ସରକାର 21 ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି । ଯାହାଫଳରେ ନାଗରିକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବା ବ୍ୟତୀତ ଅଣ-ଅତ୍ୟାବଶ୍ୟକ ସେବା ବନ୍ଦ ହୋଇଯାଇଛି। ଦେଶରେ ଏହି କୋରୋନା ଲକଡାଉନ ସମୟରେ ଗ୍ରାହକଙ୍କୁ ଏକ ପ୍ରକାର ସାନ୍ତ୍ବନା ଦେବାପାଇଁ ବା ଗ୍ରାହକଙ୍କ ମନରେ ଶାନ୍ତି ବଜାୟ ରଖିବାକୁ ଆମେ ଏପରି ବ୍ୟବସ୍ଥା ସ୍ଥାପନ କରିଛୁ । ଯାହା ଆମର ସହାୟକ କର୍ମଚାରୀଙ୍କୁ ଅନଲାଇନ ଏବଂ ଟେଲିଫୋନିକ ଚ୍ୟାନେଲ ମାଧ୍ୟମରେ ଗ୍ରାହକଙ୍କ ପ୍ରଶ୍ନରେ ଯୋଗଦେବାକୁ ସକ୍ଷମ କରିଥାଏ ବୋଲି ଟ୍ରାନଜିସିଅନ୍ ଇଣ୍ଡିଆର ସିଇଓ ଆରିଜିତ ତାଲାପାଟ୍ରା କହିଛନ୍ତି। ଷ୍ଟେଟମେଣ୍ଟ TECNO ହେଉଛି ଟ୍ରାନଜିସିଅନ ହୋଲ୍ଡିଂର ଏକ ବିଶ୍ୱସ୍ତରୀୟ ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ । "ଏହି ସମୟ ପାଇଁ ଆମେ ସମସ୍ତ ଉତ୍ପାଦ ଶୁଭାରମ୍ଭକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ। ଏପରିକି ଆମର ଉତ୍ପାଦନ ସୁବିଧା, ଗୋଦାମ ଏବଂ ସେବା କେନ୍ଦ୍ରଗୁଡିକ ପରବର୍ତ୍ତୀ ସମୟରେ ନୋଟିସ ନହେବା ପର୍ଯ୍ୟନ୍ତ ସମଗ୍ର ଦେଶରେ ସାମୟିକ ଭାବେ ବନ୍ଦ ହୋଇଯାଇଛି" ବୋଲି ତଲାପାଟ୍ରା କହିଛନ୍ତି ।

2020 ରେ, ଭାରତ-ପ୍ରଥମ ରଣନୀତି ଟେକ୍ନୋ ଇଣ୍ଡିଆ ଅନୁସରଣ କରି, ଏକ ଅଗ୍ରଣୀ ଅଫଲାଇନ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ ପ୍ରତ୍ୟେକ ନୂତନ ଉତ୍ପାଦରେ “ସେଗମେଣ୍ଟ-ପ୍ରଥମ” ବୈଶିଷ୍ଟ୍ୟ ସହିତ SPARK ଗୋ ପ୍ଲସ୍ ଆଣ୍ଡ ନାଇଟ୍ ଫଟୋଗ୍ରାଫି ସେଣ୍ଟ୍ରିକ କ୍ୟାମନ 15 ଏବଂ 15 ପ୍ରୋ ଭଳି ରୋମାଞ୍ଚକର ଉତ୍ପାଦ ଘୋଷଣା କରିବାକୁ ଯୋଜନାବଦ୍ଧ ହୋଇସାରିଛି । ତେବେ ସମସ୍ତ ଟେକ୍ନୋ ସ୍ମାର୍ଟଫୋନ ଗୁଡିକ ଗୋଟିଏ ଥର ସ୍କ୍ରିନ୍ ରିପ୍ଲେସମେଣ୍ଟ ଏବଂ ଏକ ମାସର ବର୍ଦ୍ଧିତ ୱାରେଣ୍ଟି ସହିତ ଆସିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details