ହାଇଦ୍ରାବାଦ: ଟିଡିପି ପାଇଁ ଏନଡିଏରେ ଏଣ୍ଟ୍ରି ବନ୍ଦ । ଅମିତ ଶାହା ଗତକାଲି (ଫେବୃଆରୀ 4ରେ) ଶ୍ରୀକାକୁଲମ ଜିଲ୍ଲାର ପଲାସା ଠାରେ ଆୟୋଜିତ ସମାବେଶରେ ଏହା କହିଥିଲେ । ଏମିତିକି ନାଇଡୁ ଦେଶର ଓଲଟା ମୁଖ୍ୟମନ୍ତ୍ରୀ ବୋଲି କଟାକ୍ଷ କରିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଟିଡିପି ସୁପ୍ରିମୋ ।
ଏନଡିଏକୁ ଟିଡିପିର ବାଟ ବନ୍ଦ, ପ୍ରତିକ୍ରିୟା ରଖିଲେ ଟିଡିପି ସୁପ୍ରିମୋ - CHANDRABABU NAIDU
ସବୁ ଦିନ ପାଇଁ ଏନଡିଏକୁ ଟିଡିପିର ବାଟ ବନ୍ଦ । ଅମିତ ଶାହା ଫେବୃଆରୀ 4ରେ ଆନ୍ଧ୍ରପ୍ରଦେଶର ଏକ ରାଲିରେ ଟିଡିପିକୁ ଏହି ଚେତବାନୀ ଦେଇଛନ୍ତି । ନିଜ ସ୍ବାର୍ଥ ଦେଖି ମେଣ୍ଟ କରୁଥିବାର ଉଦାହରଣ ଦେଇ ଏପରି କହିଛନ୍ତି ଶାହ । ଯାହାର ପ୍ରତିକ୍ରିୟା ରଖିଛନ୍ତି ଟିଡିପି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।
ଫଟୋ ସୌଜନ୍ୟ: ଡିଜାଇନ ଫଟୋ
ସୂଚନା ରହିଛି କି ୧୯୭୮ରେ କଂଗ୍ରେସ ବିଧାୟକ ଥିଲେ ନାଇଡୁ । ହେଲେ ଏହାପରେ ଟିଡିପିରେ ଯୋଗ ଦେଇଥିଲେ । ଏହାପରେ ବାଜପେୟୀଙ୍କ ସରକାରରେ ଏନଡିଏରେ ସାମିଲ ହୋଇଥିଲେ । ସେହିପରି ବିଜେପି ହାରିଗଲା ପରେ ଏନଡିଏ ଛାଡି ଦେଇଥିଲେ । ହେଲେ 2014ରେ ମୋଦିଙ୍କ ସପକ୍ଷରେ ବାହାରି ଏନଡିଏରେ ସାମିଲ ହୋଇଥିଲେ ।