ହାଇଦ୍ରାବାଦ: ତେଲେଙ୍ଗାନାର ଟିଡିପି ନେତା ପୁଲିସ୍ବାମୀଙ୍କୁ ହତ୍ୟା କରାଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ଜନଗାଓଁ ଜିଲ୍ଲାର ଟିଡିପି ନେତା ତଥା ପୂର୍ବତନ କାଉନସିଲର ଥିଲେ ପୁଲିସ୍ବାମୀ ।
ଗୁରୁବାର ସେ ସକାଳେ ପ୍ରାତଃଭ୍ରମଣ କରିବାକୁ ଯାଇଥିବାବେଳେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ହାଇଦ୍ରାବାଦ-ୱାରଙ୍ଗାଲ ରାସ୍ତାରେ ତାଙ୍କୁ ହତ୍ୟା କରାଯାଇଛି ।