ଓଡିଶା

odisha

ETV Bharat / bharat

15 କୋଟିର ଟ୍ୟାକ୍ସ ଚୋରିକୁ ଧରିଲା ସାଟେଲାଇଟ ଇମେଜ

ଗାଜିଆବାଦରେ ହୋଇଥିବା ଏଭଳି ଏକ ମାମଲାରେ ବ୍ୟବହାର ହୋଇଛି ଅତ୍ୟାଧୁନିକ ଟେକ୍ନୋଲୋଜି ସାଟେଲାଇଟ ଇମେଜର ବ୍ୟବହାର ।

By

Published : Apr 2, 2019, 2:21 PM IST

ଫାଇଲ ଫଟୋ


ଗାଜିଆବାଦ: ଦେଶରେ ଟ୍ୟାକ୍ସ ଫାଙ୍କୁଥିବା ଲୋକଙ୍କୁ ଧରିବ ସାଟେଲାଇଟ ଇମେଜ । ଗାଜିଆବାଦରେ ହୋଇଥିବା ଏଭଳି ଏକ ମାମଲାରେ ବ୍ୟବହାର ହୋଇଛି ଅତ୍ୟାଧୁନିକ ଟେକ୍ନୋଲୋଜି ସାଟେଲାଇଟ ଇମେଜର ବ୍ୟବହାର । ପ୍ରଥମଥର ପାଇଁ ଆୟକର ବିଭାଗ ପକ୍ଷରୁ ସାଟେଲାଇଟ ଇମେଜର ବ୍ୟବହାର କରାଯାଇଛି ।

ଏହା ସାହାଯ୍ୟରେ 15 କୋଟି ଟଙ୍କାର ଟ୍ୟାକ୍ସ ଚୋରିର ଖୁଲାସା ହୋଇ ପାରିଛି । ଏବେ ବିଭାଗ ପକ୍ଷରୁ ଟ୍ୟାକ୍ସ ଚୋରିକରୁଥିବା ବ୍ୟକ୍ତିଙ୍କୁ ନୋଟିସ ପଠାଇବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ।

ଏହାକୁ ନେଇ ମୁଖ୍ୟ ଆୟକର କମିସନର ଅମେନ୍ଦ୍ର କୁମାର କହିଛନ୍ତି ଯେ, ଟ୍ୟାକ୍ସ ଚୋର୍ମାମଲାର ଖୁଲାସା କରିବା ପାଇଁ ବିଭାଗ ପକ୍ଷରୁ ଏବେ ଏହି ଟେକ୍ନୋଲୋଜିର ସାହାଯ୍ୟ ନିଆଯାଉଛି । ଏହା ଦେଶର ପ୍ରଥମ ଘଟଣା, ଯେଉଁଥିରେ ଟ୍ୟାକ୍ସ ଚୋରିକୁ ଧରିବାକୁ ଏଭଳି ସାଟେଲାଇଟ ଇମେଜର ବ୍ୟବହାର କରାଯାଇଛି । ଯାହାକୁ ଆଗାମୀ ଦିନରେ ମଧ୍ୟ ଏହି ଟେକ୍ନୋଲୋଜିକୁ ପ୍ରୟୋଗ କରାଯିବ ବୋଲି ଅମେନ୍ଦ୍ର କହିଛନ୍ତି ।

ABOUT THE AUTHOR

...view details