ନୂଆଦିଲ୍ଲୀ: ଘରେ ରହି ବି ଆପଣ କୋରୋନା ସଂକ୍ରମଣର ଲକ୍ଷଣ ବିଷୟରେ ଜାଣିପାରିବେ । ଭାରତ ସମେତ 38ଟି ଦେଶର 500 ବୈଜ୍ଞାନିକ ଏକ ପ୍ରଶ୍ନାବଳୀ ପ୍ରସ୍ତୁତ କରିଛନ୍ତି । ସେଥିରୁ ଖୁବ ସହଜରେ ଜାଣିପାରିବେ ଯେ ଆପଣ କୋଭିଡ-19 ଆକ୍ରାନ୍ତ ନା କୌଣସି ଫ୍ଲୁ । ଆଜିକାଲି ଏହି ସମୟରେ ବିଭିନ୍ନ ରୋଗର ଲକ୍ଷଣ ଏକାପରି ଲାଗୁଛି । ତେଣୁ କୋଭିଡ-19 ଟେଷ୍ଟ କରିବା ଜରୁରୀ କି ନାହିଁ ତାହା ଆମକୁ ବେଳେ ବେଳେ ସଙ୍କଟରେ ପକାଇଥାଏ ।
ମସଲା ଚାଖି ଜାଣିପାରିବେ ଏହା କୋରୋନା ନା ଫ୍ଲୁ - TASTING KITCHEN SPICES WILL KNOW WHETHER FLU OR CORONA
ମହାମାରୀ କୋରୋନା ବଶବର୍ତ୍ତୀ ବିଶ୍ବ । ବଞ୍ଚିବାକୁ ନାନା ବାହାରୁଛି ନାନା ଉପାୟ । ସେପଟେ ବୈଜ୍ଞାନିକମାନେ ଏକ ସର୍ଭେରୁ କହିଛନ୍ତି ଯେ ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲା ଚାଖି ଆପଣ ଘରେ ରହି ବି କୋରୋନାର ଲକ୍ଷଣ ବିଷୟରେ ଜଣାପାରିବେ ।
ଏକ ଅଧ୍ୟୟନରୁ ଜଣାପଡିଛି ଯେ, ସଂକ୍ରମଣର 30 ପ୍ରତିଶତ ମାମଲା ସ୍ବାଦ ଓ ଗନ୍ଧ ବାରିବାରେ ଅସୁବିଧା ଅନୁଭବ କରିଥାନ୍ତି । ତେଣୁ ରୋଷେଇ ଘରେ ବ୍ୟବହାର ହେଉଥିବା ମସଲା ଚାଖିବେ ଏହାପରେ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା କିଛି ପ୍ରଶ୍ନର ଉତ୍ତର ଦେବାକୁ ହେବ । ଏହାପରେ ଜଣାପଡିଯିବ କି ଆପଣ କୋରୋନା ଆକ୍ରାନ୍ତ କି ନୁହେଁ ।
ଭାରତ ଛଡା ଅନ୍ୟ ଦେଶ ଗୁଡିକରେ ଏହି ପ୍ରଣାଳୀ ବିଭିନ୍ନ ହସିପିଟାଲରେ ଲାଗୁ କରାଯାଇଥିବାବେଳେ ଏବେ ସୁଦ୍ଧା ଭାରତରେ ଏହା ଲାଗୁ କରାଯାଇନାହିଁ । ସିଏସଆଇଓର ଅନେକ ବୈଜ୍ଞାନିକମାନେ ଏହି ସର୍ଭେରେ ସାମିଲ ହୋଇଥିଲେ । ତେବେ ଏହି ସର୍ଭେରେ ବାରତର ଅନେକ ବୈଜ୍ଞାନିକ ଏଥିରେ ଜଡିତ ଅଛନ୍ତି । ଭାରତରେ ଏହା ଲାଗୁ କରିବା ପାଇଁ ଇଥିକାଲ ଆପ୍ରୁଭାଲର ଆବଶ୍ୟ ରହିଛି । ଦୀର୍ଘବର୍ଷ ଧରି ସ୍ବାଦ ଓ ସେନ୍ସରରେ କାର୍ଯ୍ୟ କରୁଥିବା ଡଃ ଅମୋଲ କହିଛନ୍ତି ଯେ ଆପ୍ରୁଭାଲ ମିଳିବା ପରେ ଏହି ଆପ ବା ପ୍ରଶ୍ନାବଳୀକୁ ଭାରତ ସରକାରଙ୍କ ଆରୋଗ୍ୟ ସେତୁ ସହ ଜୋଡାଯିବ ।