ଚେନ୍ନାଇ: ସାଧାରଣ ନିର୍ବାଚନ ଲାଗି ଜୋରସୋରେ ଆଗେଇ ଚାଲିଛି ପ୍ରସ୍ତୁତି। ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ। ଏହି ସମୟରେ ପ୍ରାର୍ଥୀମାନେ ଲକ୍ଷଲକ୍ଷ ଟଙ୍କାରେ ଖେଳୁଥିବା ସମୟରେଚେନ୍ନାଇର ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ ପାଇଁ 25,000ଟଙ୍କାରଝୁଚୁରା ପଇସା ଆଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଖୁଚୁରା ପଇସା ଦେଇ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ - 25000 deposit
ସାଧାରଣ ନିର୍ବାଚନ ଲାଗି ଚାଲିଛି ନାମାଙ୍କନ ପତ୍ର ଦାଖଲ। ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ। ନିର୍ବାଚନକୁ ନଜରରେ ରଖି ପ୍ରାର୍ଥୀମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଚେନ୍ନାଇର ଜଣେ ପ୍ରାର୍ଥୀ ଖୁଚୁରା ପଇସା ଦେଇ ନିଜ ନାମାଙ୍କନ ପୂରଣ କରିବା ନିଶ୍ଚିତରୂପେ ଆଶ୍ଚର୍ଯ୍ୟଜନକ।
ଚେନ୍ନାଇର କୁପ୍ପାଲଜି ଦେବାଦୋସ ଆମ୍ମା ମକ୍କାଲ ନ୍ୟାସନାଲ ପାର୍ଟି(ଏଏମଏନପି) ର ଜଣେ ସ୍ବାଧୀନ ପ୍ରାର୍ଥୀ। ନିର୍ବାଚନ ସୁରକ୍ଷା ଲାଗି ଆବଶ୍ୟକ ଟଙ୍କା ପାଇଁ ସେ ସାଙ୍ଗରେ ନେଇଥିଲେ ଖୁଚୁରା ପଇସା। ନାମାଙ୍କନ ପାଇଁ 25 ହଜାର ଟଙ୍କା ଆବଶ୍ୟକ ଥିବା ବେଳେ ସେ ଏକ ପାତ୍ରରେ ଦଶ, ପାଞ୍ଚ ଓ ଦୁଇ ଟଙ୍କିକିଆ ଖୁଚୁରା ଟଙ୍କା ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
କୁପ୍ପାଲଜି ଦେବାଦୋସ ଦକ୍ଷିଣ ଚେନ୍ନାଇରୁ ଲଢୁଥିବା ବେଳେ ଦକ୍ଷିଣ ଚେନ୍ନାଇ ଜୋନାଲ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏପ୍ରିଲ 18ରେ 39ଟି ଲୋକସଭା ସିଟ ପାଇଁ ତାମିଲନାଡୁରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ମେ 23ରେ ହେବ ଭୋଟ ଗଣତି।