ଚେନ୍ନାଇ: ତାମିଲନାଡୁ ସରକାର ହଜାରରୁ ଅଧିକ ସହର ଏବଂ ଜିଲ୍ଲାର ନାମ ବଦଳି କରିଛନ୍ତି । ଏବେ ସେସବୁ ସହରର ସ୍ପେଲିଂ ତାମିଲ ଭାଷା ଉଚ୍ଚାରଣ ଭଳି ହେବ । ଏହି ସୂଚନା ରାଜ୍ୟ ମୁଖ୍ୟମନ୍ତ୍ରୀ ଇ ପାନାନିସ୍ବାମୀଙ୍କ ଦ୍ବାରା ଆଦେଶ ଜାରି ହେବା ପରେ ଆସିଛି ।
ସହର ଏବଂ ସମସ୍ତ ଜିଲ୍ଲାର ନାମ ପରିବର୍ତ୍ତନ କଲେ ତାମିଲନାଡୁ ସରକାର ମୁଖ୍ୟମନ୍ତ୍ରୀଙ୍କ ଏହି ଆଦେଶ ଜୁନ 10 ଅର୍ଥାତ୍ ବୁଧବାର ଠାରୁ ପ୍ରଭାବଶୀଳ ହୋଇଛି । ନୂତନ ଆଇନ ଅନୁଯାୟୀ କୋଏମ୍ବାଟୁର ବର୍ତ୍ତମାନ କୋୟମ୍ପୁତ୍ଥୁର, ମାୟଲାପୋର ବର୍ତ୍ତମାନ ମାୟଲାପପରୋ ଏବଂ ଭେଲ୍ଲୋର ବର୍ତ୍ତମାନ ଭେଲ୍ଲୁର ହୋଇଛି । ସେହିପରି ଭିଓସି ନଗର ବର୍ତ୍ତମାନ ଭାୱସି ନଗର କୁହାଯିବ ଏବ ପୁଡୁଚେରୀକୁ ବର୍ତ୍ତମାନ ପୁତ୍ଥୁଚେରୀ କୁହାଯିବ । ଏଥିସହିତ ଧର୍ମାପୁରୀ ବର୍ତ୍ତମାନ ଥରୁମାପୁରୀ କୁହାଯିବ ।
ସହର ଏବଂ ସମସ୍ତ ଜିଲ୍ଲାର ନାମ ପରିବର୍ତ୍ତନ କଲେ ତାମିଲନାଡୁ ସରକାର ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ ସୋସିଆଲ ମିଡିଆରେ ବିରୋଧୀ ଦଳ ଏବଂ ୟୁଜର୍ସ ମାନେ ଜୋରଦାର ଟ୍ରୋଲ କରୁଛନ୍ତି । ଶିବଗଙ୍ଗାର କଂଗ୍ରେସ ସାଂସଦ କାର୍ତ୍ତୀ ପି ଚିଦାମ୍ବରମ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ନିରର୍ଥକ । ଏହା କଣ ପ୍ରାଥମିକକତା ଅଟେ । ପ୍ରତ୍ୟେକ ବୋର୍ଡକୁ ରଙ୍ଗ କରିବା ପାଇଁ ଖର୍ଚ୍ଚ, ସାଇନେଜ କରିବା ପାଇଁ କେତେ ଖର୍ଚ୍ଚ ହେବ ।
ସେହିପରି ସରକାରଙ୍କ ଏହି ନିଷ୍ପତ୍ତିରେ ମଦନ ଗୌରୀ ଲେଖିଛନ୍ତି ଯେ, ମୁଁ ଖୁସି ଅଛି ଯେ ଆମର ମୂଳ ସହରର ନାମ ତାମିଲ ନାମ ଆଧାରେ ବଦଳି କରାଯାଇଛି । ମୁଁ ଆହୁରି ମଧ୍ୟ ଖୁସି ହେବି ଯେତେବେଳେ ଆମର ମୂଳ ସଂସ୍କୃତି ଆଧାରରେ ଜାତି ବ୍ୟବସ୍ଥାକୁ ସମାପ୍ତ କରାଯିବ ।
ସେହିପରି ଜଣେ ୟୁଜର୍ସ ଲେଖିଛନ୍ତି ଯେ, ନାମ ପରିବର୍ତ୍ତନ କରିବା ବଦଳରରେ ଆପଣ ଜାତି ବ୍ୟବସ୍ଥାକୁ ହଟାଇଥିଲେ ବହୁତ ଭଲ ହୋଇଥାନ୍ତି । ସରକାରଙ୍କ ନିଷ୍ପତ୍ତିରେ ମନୋଜ ନଟରାଜନ ଲେଖିଛନ୍ତି ଯେ, ତ ବର୍ତ୍ତମାନ ସୁଦ୍ଧା ରାଜ୍ୟର ନାମ ଥାମିଝନାଡୁ ବଦଳରେ କଣ ପାଇଁ ତାମିଲନାଡୁ ଅଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ପ୍ରଶଂସା କରୁଥିବା ବେଳେ ଅନେକ ଏହାର ଥଟ୍ଟା କରିଛନ୍ତି ।