ଓଡିଶା

odisha

ETV Bharat / bharat

ସ୍ତ୍ରୀ ପାଇଁ ରିମୋଟ୍‌ କଣ୍ଟ୍ରୋଲ ବେଡ୍ ନିର୍ମାଣ କରି ଜିତିଲେ ଆୱାର୍ଡ

ଶଯ୍ୟାଶାୟୀ ପତ୍ନୀଙ୍କ ପାଇଁ ରିମୋଟ୍ କଣ୍ଟ୍ରୋଲ ବେଡ୍‌ ନିର୍ମାଣ କରି ଚର୍ଚ୍ଚାରେ ଚେନ୍ନାଇର ଯୁବକ। ଜଣେ ଶ୍ରମିକ ହୋଇ ବି ନିଜ ଚେଷ୍ଟାରେ ନିର୍ମାଣ କରିଛନ୍ତି ରିମୋଟ ବେଡ୍‌।ଆଉ ଏଥିପାଇଁ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି।

By

Published : Mar 26, 2019, 1:09 PM IST

ଫାଇଲ ଫଟୋ

ଚେନ୍ନାଇ: କିଛି କରିବାରଇଚ୍ଛାଶକ୍ତି ଜଣେ ବ୍ୟକ୍ତିକୁ ବହୁ ଉର୍ଦ୍ଧ୍ବକୁ ନେଇଯାଏ । ଏହି ଉକ୍ତିଟିକୁ ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁର ଜଣେ ଶ୍ରମିକ। ନିଜ ଶଯ୍ୟାଶାୟୀସ୍ତ୍ରୀଙ୍କ ପାଇଁ ସେ ପ୍ରସ୍ତୁତ କରିଛନ୍ତି ଏକ ରିମୋଟ୍ କଣ୍ଟ୍ରୋଲ ବେଡ୍ । ଯେଉଁଥିପାଇଁ ତାଙ୍କୁ ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ତରଫରୁ ଆୱାର୍ଡ ପ୍ରଦାନ କରାଯାଇଛି ।

ଶ୍ରମିକ ଜଣକ ହେଲେ ତାମିଲନାଡୁର ସରବନା ମୁଥୁ । ତାଙ୍କ ପତ୍ନୀ ରୋଗରେ ପଡି ବର୍ତ୍ତମାନ ଶଯ୍ୟାଶାୟୀ। ବେଡ୍‌ରୁ ଉଠିବା, ଚାଲିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ। ନିଜ ସ୍ତ୍ରୀର ଏପରି ଅସୁବିଧାକୁ ଦୃଷ୍ଟିରେ ରଖି ସେ ଏକ ରିମୋଟ୍‌ କଣ୍ଟ୍ରୋଲ ବେଡ ପ୍ରସ୍ତୁତ କରିଛନ୍ତି। ଯେଉଁ ବେଡ୍‌ରେ ଶୌଚ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଯାହାକୁ ରିମୋଟ୍ ସାହାଯ୍ୟରେ ବ୍ୟବହାର କରାଯାଇପାରିବ ।

ଏହି ବେଡରେ 3ଟି ବଟନ ରହିଛି। ଗୋଟିଏ ବଟନରେ ବେଡ ଖୋଲାଯିବ। ଅନ୍ୟଟିରେ କ୍ଲୋଏଟ ଖୋଲାଯିବ ସହ ତୃତୀୟ ବଟନରେ ଫ୍ଲସ ପାଇଁ ବ୍ୟବହାର କରାଯାଇପାରିବ । ତେବେ ଏହି ସଫଳତା ପାଇଁ ସେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ନିଜର ଶ୍ରେୟ ଦେଇଛନ୍ତି।

ABOUT THE AUTHOR

...view details