ଓଡିଶା

odisha

ETV Bharat / bharat

ସରକାରୀ କର୍ମଚାରୀଙ୍କୁ ସଂସ୍କୃତିର ଛାଟ ! - dress code

ସୋମବାର ତାମିଲନାଡୁ ସରକାର ସମସ୍ତ ରାଜ୍ୟରେ କର୍ମଚାରୀଙ୍କ ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ, ସରକାରୀ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ଡ୍ରେସ କୋର୍ଡରେ ବ୍ୟବହାର କରିବେ ।

ଫଟୋ ସୌଜନ୍ୟ: PTI

By

Published : Jun 3, 2019, 1:02 PM IST

ତାମିଲନାଡୁ: ସୋମବାର ତାମିଲନାଡୁ ସରକାର ସମସ୍ତ ରାଜ୍ୟରେ କର୍ମଚାରୀଙ୍କ ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ଡ୍ରେସ କୋର୍ଡରେ ରହିବେ ।

ତେବେ ଏହି ଡ୍ରେସ କୋର୍ଡରେ ମହିଳା କର୍ମଚାରୀଙ୍କ ପାଇଁ ସଲୱାର କମିଜ ଏବଂ ଶାଢୀ ସାମିଲ ଥିବାବେଳେ ପୁରୁଷଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ, ସର୍ଟ କିମ୍ବା ଧୋତି ରହିଛି ।

ତେବେ ଗତ ସପ୍ତାହରେ ତାମିଲନାଡୁ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ପୁରୁଷ ସରକାରୀ କର୍ମଚାରୀ ଧୋତି ବ୍ୟତୀତ ଯେ କୌଣସି ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧିପାରିବେ । ପିଟିଆଇର ଏକ ରିପୋର୍ଟ ଅନୁସାରେ, ରାଜ୍ୟ ସରକାର ସଚ୍ଚିବାଳୟର କର୍ମଚାରୀଙ୍କୁ କାଜୁଆଲ କପଡା ବଦଳରେ ଫର୍ମାଲ ଡ୍ରେସ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତାମିଲନାଡୁ ସଚିବାଳୟରେ ସରକାରୀ କର୍ମଚାରୀଙ୍କ ପାଇଁ ସଂଶୋଧିତ ଡ୍ରେସକୋର୍ଡର ଆଦେଶ ମୁଖ୍ୟ ସଚ୍ଚିବ ଗିରିଜା ବୈଦନାଥଙ୍କ ପକ୍ଷରୁ ଜାରି କରାଯାଇଛି ।

ABOUT THE AUTHOR

...view details