ଚେନ୍ନାଇ: ସାରାଦେଶରେ ବର୍ତ୍ତମାନ କୋରୋନା ପ୍ରକୋପ ଜାରି ରହିଛି । ଏଭଳି ପରିସ୍ଥିତିରେ ସୁରକ୍ଷା ପ୍ରୋଟୋକଲ ସହିତ ଛାତ୍ରଛାତ୍ରୀଙ୍କ ଆଡମିଶନ କରିବାକୁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଅନୁମତି ଦେଇଛନ୍ତି ତାମିଲନାଡ଼ୁ ସରକାର । ଆଡମିଶନ ପ୍ରକ୍ରିୟା ସମୟରେ ସୁରକ୍ଷା ପ୍ରୋଟୋକଲ ପାଳନ କରାଯିବ ବୋଲି ଚେନ୍ନାଇରେ ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ।
ତାମିଲନାଡୁରେ କଡା ସୁରକ୍ଷା ସହ ହେବ ସ୍କୁଲ ଆଡମିଶନ - ଅନୁମତି ଦେଲେ ତାମିଲନାଡ଼ୁ ସରକାର
ସାରାଦେଶରେ ବର୍ତ୍ତମାନ କୋରୋନା କାଳ ଜାରି ରହିଛି । ଏଭଳି ପରିସ୍ଥିତିରେ ସୁରକ୍ଷା ପ୍ରୋଟୋକଲ ସହିତ ଛାତ୍ରଛାତ୍ରୀଙ୍କ ଆଡମିଶନ କରିବାକୁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଅନୁମତି ଦେଇଛନ୍ତି ତାମିଲନାଡ଼ୁ ସରକାର । ଅଧିକ ପଢନ୍ତୁ...
ଏହି ସମୟରେ, ଗତକାଲି ସକରାତ୍ମକ ବୋଲି ନିଶ୍ଚିତ ହୋଇଥିବା 5834 ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କୋଭିଡ -19 ସଂକ୍ରମଣ ତିନି ଲକ୍ଷ ଆଠ ହଜାରରୁ ଅଧିକ ହୋଇସାରିଲାଣି । ସେମାନଙ୍କ ମଧ୍ୟରୁ ଦୁଇ ଲକ୍ଷ ପଚାଶ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ସୋମବାର ଠାରୁ ଚାଲୁଥିବା ଶିକ୍ଷାବର୍ଷ ପାଇଁ ପ୍ରଥମ, ଷଷ୍ଠ ଏବଂ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଡମିଶନ କରିବାକୁ ଅନୁମତି ଦିଆଯାଇଛି । ଏହା ସହିତ ଗୋଟିଏ ବିଦ୍ୟାଳୟରୁ ଅନ୍ୟ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତରଣ ମଧ୍ୟ ଅନୁମତିପ୍ରାପ୍ତ ।
ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଡମିସନ୍ ଏହି ମାସର 24 ତାରିଖରୁ ଆରମ୍ଭ ହେବ, କାରଣ ଦଶମ ଫଳାଫଳ ଘୋଷଣା ହୋଇସାରିଥିବା ବେଳେ ଛାତ୍ରଛାତ୍ରୀମାନେ ଏପର୍ଯ୍ୟନ୍ତ ସେମାନଙ୍କର ମାର୍କ ସିଟ୍ ଗ୍ରହଣ କରିନାହାଁନ୍ତି ।