ହାଇଦ୍ରାବାଦ: କୋରୋନା ଭାଇରସର ସଂକ୍ରମଣ ସମଗ୍ର ବିଶ୍ବରେ ଚିନ୍ତା ବଢାଇ ଦେଇଛି । ଏହାର କୌଣସି ଔଷଧ ଏବଂ ଟିକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ । ତେବେ କୋଭିଡ-19ର ଲକ୍ଷଣଗୁଡିକ ଚିକିତ୍ସା କରାଯାଉଛି ଏବଂ ଲୋକମାନେ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଯାଉଛନ୍ତି । ଏହି ଭାଇରସ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭରୁ ସାମାଜିକ ଦୂରତା ଏବଂ ପରିଷ୍କାର ପରିଚ୍ଛନ୍ନତା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଖାଦ୍ୟ ସାମଗ୍ରୀ ଏବଂ ଆୟୁର୍ବେଦିକ ଔଷଧ ସେବନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଯେଉଁ ଖାଦ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ମାତ୍ରାରେ ଅଛି ସେହି ଖାଦ୍ୟ ସେବନ କରିବାକୁ ପରାମର୍ଶ ଦିଆଯାଉଛି । ତେବେ ବ୍ରିଟିଶ ବୈଜ୍ଞାନିକମାନେ କୋରୋନାରୁ ରକ୍ଷା ପାଇବା ପାଇଁ ଏକ ନୂତନ ଉପାୟ ଖୋଜିଛନ୍ତି ।
ବୈଜ୍ଞାନିକମାନେ ଖୋଲା ପବନ ଏବଂ ଖରା ଖାଇବାକୁ ପରାମର୍ଶ ଦେଇଛନ୍ତି । ଏହି ପରାମର୍ଶ ଅନୁସରଣ କରି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଲକଡାଉନର 52 ଦିନ ପରେ ସାମାନ୍ୟ ଢିଲା କରିଛନ୍ତି ।