ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ତଥା ପୂର୍ବତନ ଆମ୍ ଆଦମୀ ପାର୍ଟି କାଉନସିଲର ତାହିର ହୁସେନଙ୍କ ଜାମିନ ଆବେଦନକୁ ଦିଲ୍ଲୀର ସେସନ୍ କୋର୍ଟ ଖାରଜ କରି ଦେଇଛନ୍ତି । ତାହିର ହୁସେନ୍ ଦିଲ୍ଲୀର କଡକର୍ଡୋମା କୋର୍ଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଦିଲ୍ଲୀ ଦଙ୍ଗା: ତାହିର ହୁସେନଙ୍କ ଜାମିନ ଆବେଦନ ଖାରଜ - ଦିଲ୍ଲୀ ଦଙ୍ଗା
ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ତଥା ପୂର୍ବତନ ଆମ୍ ଆଦମୀ ପାର୍ଟି କାଉନସିଲର ତାହିର ହୁସେନଙ୍କ ଜାମିନ ଆବେଦନକୁ ଦିଲ୍ଲୀର ସେସନ୍ କୋର୍ଟ ଖାରଜ କରି ଦେଇଛନ୍ତି।
ଏହି ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ପଛରେ ଏକ ବିରାଟ ଷଡଯନ୍ତ୍ର କରାଯାଇଛି । ମାମଲାର ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ, ଘଟଣାସ୍ଥଳରୁ ଅନେକ ପ୍ରମାଣ ମିଳିଛି କି ଦଙ୍ଗା ସମୟରେ ତାହିର ଭିଡକୁ ପ୍ରବର୍ତ୍ତାଇଥିଲେ । ଅଦାଲତ ଏହାମଧ୍ୟ କହିଛନ୍ତି ଯେ ଯଦିଓ ସେ ହିଂସାରେ ପ୍ରତ୍ୟେକ୍ଷ ଜଡିତ ନଥିଲେ ତଥାପି ସେ ମାନବ ଅସ୍ତ୍ରର ବ୍ୟବହାର କରିଛନ୍ତି ।
ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ଏକ ସଂଗଠିତ ଢଙ୍ଗରେ ଓ ଗଭୀର ଷଡଯନ୍ତ୍ର ଭାବରେ କରାଯାଇଥିବା କୋର୍ଟ କହିଛନ୍ତି। ଏହି ହିଂସା ଘଟଣାରେ ଅଭିଯୁକ୍ତଙ୍କ ସମ୍ପୃକ୍ତି ଅନୁସନ୍ଧାନ କରାଯାଉଛି ଓ ପିଏଫଆଇ, କେଜ୍ ବ୍ରେକ୍, ଜାମିଆ ସମନ୍ବୟ କମିଟି, ୟୁନାଇଟେଡ୍ ଅଙ୍ଗେଷ୍ଟ ହେଟ୍ ଗ୍ରୁପ୍ ଓ ଆଣ୍ଟି ସିଏଏ ବିରୋଧକାରୀଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଅନୁସନ୍ଧାନ କରାଯାଉଛି ।