ଓଡିଶା

odisha

ETV Bharat / bharat

ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ପ୍ରତିଶୃତି, ପୂର୍ବ ଭଳି ଜାରି ରହିବ MSP

ମିଥ୍ୟା ଅଭିଯୋଗରେ ପ୍ରେରିତ ନହେବାକୁ ଚାଷୀଙ୍କ ବାରମ୍ବାର ପରାମର୍ଶ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଭଳି ଏମଏସପି ଜାରି ରହିବ ବୋଲି ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

By

Published : Sep 20, 2020, 4:08 PM IST

ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ପ୍ରତିଶୃତି, ପୂର୍ବ ଭଳି ଜାରି ରହିବ MSP
ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ପ୍ରତିଶୃତି, ପୂର୍ବ ଭଳି ଜାରି ରହିବ MSP

ନୂଆଦିଲ୍ଲୀ: ଜୋରଦାର ବିରୋଧ ମଧ୍ୟରେ ରାଜ୍ୟସଭାରେ ପାରିତ ହୋଇଛି ବହୁ ଚର୍ଚ୍ଚିତ କୃଷି ବିଧେୟକ । ଏହି ବିଲ୍‌କୁ ନେଇ ସରକାରଙ୍କ ଉପରେ ଆକ୍ରାମକ ହୋଇ ପଡିଛନ୍ତି ବିରୋଧୀ । ମୋଦି ସରକାରଙ୍କ ଏହି ବିଲ୍‌ ଚାଷୀ ବିରୋଧ କରି ଏମାନେ ଟାର୍ଗେଟ କରିବାରେ ଲାଗିଛନ୍ତି । ଏପରିସ୍ଥିତିରେ ବିରୋଧୀଙ୍କ ଏହି ମିଥ୍ୟା ଅଭିଯୋଗରେ ପ୍ରେରିତ ନହେବାକୁ ଚାଷୀଙ୍କୁ ବାରମ୍ବାର ପରାମର୍ଶ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଭଳି କୃଷି ସହାୟକ ମୂଲ୍ୟ ତଥା ଏମଏସପି ଜାରି ରହିବ ବୋଲି ଚାଷୀଙ୍କ ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ପ୍ରତିଶୃତି, ପୂର୍ବ ଭଳି ଜାରି ରହିବ MSP

ମୋଦି ଟ୍ବିଟ କରି ଲେଖିଛନ୍ତି, ମୁଁ ଏହା ପୂର୍ବରୁ କହିଥିଲି ଏବଂ ମୁଁ ପୁଣି ଥରେ କହୁଛି ଯେ ଆଗଭଳି ଏମଏସପି ଜାରି ରହିବ । ସରକାରୀ କ୍ରୟ ଜାରି ରହିବ | ଆମେ ଆମର କୃଷକମାନଙ୍କୁ ସେବା କରିବା ପାଇଁ ଏଠାରେ ଅଛୁ | ସେମାନଙ୍କୁ ସମର୍ଥନ କରିବା ଏବଂ ସେମାନଙ୍କ ଆଗାମୀ ପିଢୀ ପାଇଁ ଏକ ଉତ୍ତମ ଜୀବନ ସୁନିଶ୍ଚିତ କରିବା ଦିଗରେ ଆମେ ସବୁକିଛି ସମ୍ଭବ କରିବୁ ବୋଲି ପ୍ରଧାନମନ୍ତ୍ରୀ ଭରସା ଦେଇଛନ୍ତି ।

ମୋଦି କହିଛନ୍ତି, ଆମର କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ଅତ୍ୟଧିକ ଆବଶ୍ୟକତା ରହିଛି, ଯାହା ପରିଶ୍ରମୀ କୃଷକମାନଙ୍କୁ ସାହାଯ୍ୟ କରିବ | ବର୍ତ୍ତମାନ, ବିଲ୍ ପାରିତ ହେବା ସହିତ ଆମର କୃଷକମାନେ ଭବିଷ୍ୟତର ଜ୍ଞାନକୌଶଳ ପାଇଁ ସହଜ ସୁବିଧା ପାଇବେ । ଏହା ଉତ୍ପାଦନକୁ ବୃଦ୍ଧି କରିବ ଏବଂ ଉନ୍ନତ ଫଳାଫଳ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details