ପାଟନା: ଚାରିଆଡୁ ଶୁଭୁଛି କାନ୍ଦ ବୋବାଳି ରଡି । ଅକାରଣରେ ଚାଲିଯାଉଛି ନିଷ୍ପାପ ଶିଶୁଙ୍କ ଜୀବନ । ଆମେ କହୁଛୁ ବିହାର ମୁଜାଫରପୁର ର କଥା । ଯେଉଁଠି ଏନସେଫାଲାଇଟ୍ସ ବା ଚମକି ଜ୍ବରରେ ପ୍ରାଣ ହରାଇଲେଣି 173 ଶିଶୁ । ଏବେବି ଶହଶହ ଶିଶୁ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ଥିତି ପରଖିବା ପାଇଁ ମେଡିକାଲରେ ନେତା, ମନ୍ତ୍ରୀ ଓ ସେଲିବ୍ରିଟିଙ୍କ ଭିଡ ଜମୁଛି, ହେଲେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବା ବେଳେ ପରିସ୍ଥିତି ଜଟିଳ ହେବାରେ ଲାଗିଛି ।
ବର୍ତ୍ତମାନ ସୁଦ୍ଧା ରୋଗର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ନିରାକରଣ କଥା ପଚାରେ ବା କିଏ ?
ଜାଣନ୍ତୁ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ...
- ଅଚାନକ ଅସୁସ୍ଥ
- ହଠାତ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ
- ପ୍ରବଳ ଗରମ ଅନୁଭୁତ
- ଦେହ ତାତିରେ ଖଇ ଫୁଟିବା
- ମୁଣ୍ଡ ବିନ୍ଧିବା
- ତଣ୍ଟି ଦରଜ
- ବାନ୍ତି ଲାଗିବା
- ଭୋକ ନ ଲାଗିବା
- ଛୋଟ ଛୁଆଙ୍କ ମୁହଁରୁ ଝାଳ ବୋହିବା ଆଦି ରୋଗର ପ୍ରମୁଖ ଲକ୍ଷଣ ମାନ ।