ଓଡିଶା

odisha

ETV Bharat / bharat

ଲାପ୍‌ଟପ୍‌- ରୋବଟ୍ ଚିହ୍ନରେ ଲଢିବେ ନେତା

ଚଳିତ ନିର୍ବାଚନରେ ମଜାଦାର ନିର୍ବାଚନୀ ଚିହ୍ନକୁ ସ୍ବୀକୃତି ଦେଇଛନ୍ତି ନିର୍ବାଚନ କମିଶନ । ଚିହ୍ନ ମଧ୍ୟରେ ଲ୍ୟାପଟପ୍‌, ରୋବଟ୍‌, ସିସିଟିଭି କ୍ୟାମେରା, ପେନଡ୍ରାଇଭ ଓ କମ୍ପ୍ୟୁଟର ଭଳି ଚିହ୍ନ ଆରମ୍ଭ କରାଯାଇଛି ।

ଡିଜାଇନ ଫଟୋ

By

Published : Apr 3, 2019, 1:30 PM IST

ନୂଆଦିଲ୍ଲୀ: ମତଦାତା ନିର୍ବାଚନ ଚିହ୍ନ ସାହାଯ୍ୟରେ ରାଜନୈତିକ ଦଳକୁ ମନେ ରଖି ଭୋଟ ଦେଇଥାଏ। ପ୍ରାର୍ଥୀଙ୍କୁ ମତଦାତାଙ୍କ ନିକଟରେ ପରିଚିତ କରିବାରେ ସହାୟତା କରିବ। ଚିହ୍ନର ମୁଳ ଲକ୍ଷ୍ୟ । ରାଜନୈତିକ ଦଳ ନିର୍ବାଚନ ଚିହ୍ନ ବାଛିବାବେଳେ ନିର୍ବାଚନ କମିଶନ ଶେଷ ନିଷ୍ପତ୍ତି ନେଇଥାନ୍ତି । ଏପରି ସ୍ଥଳେ ଚଳିତ ନିର୍ବାଚନରେ ମଜାଦାର ନିର୍ବାଚନୀ ଚିହ୍ନକୁ ସ୍ବୀକୃତି ଦେଇଛନ୍ତି ନିର୍ବାଚନ କମିଶନ । ଚିହ୍ନ ମଧ୍ୟରେ ଲ୍ୟାପଟପ୍‌, ରୋବଟ୍‌, ସିସିଟିଭି କ୍ୟାମେରା, ପେନଡ୍ରାଇଭ ଓ କମ୍ପ୍ୟୁଟର ଭଳି ଚିହ୍ନ ଆରମ୍ଭ କରାଯାଇଛି ।

ସୂଚନା ଅନୁସାରେ ମହାରାଷ୍ଟ୍ର ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ କମିଶନ ସ୍ବାଧୀନ ପ୍ରାର୍ଥୀ ଓ କ୍ଷୁଦ୍ର ଦଳଗୁଡିକ ପାଇଁ 198ଟି ନୂଆ ନିର୍ବାଚନୀ ଚିହ୍ନ ତାଲିକା ଜାରି କରିଛନ୍ତି । 2014ରେ ଇସି 84ଟି ଚିହ୍ନ ଦେଇଥିଲେ । ଅନ୍ୟପକ୍ଷରେ ଚଳିତ ଲୋକସଭା ନିର୍ବାଚନ ପାଇଁ ଇସି ଦେଇଥିବା ଚିହ୍ନ ତାଲିକାରେ ଉଭୟ ନୂଆ ପୁରୁଣା ଚିହ୍ନ ରହିଛି । ନିର୍ବାଚନ କମିଶନର ବରିଷ୍ଠ ଅଧିକାରୀ ଏହି ଭଳି ଚିହ୍ନର ବ୍ୟବହାରକୁ ନେଇ କହିଛନ୍ତି ଯେ ଏହି ଭଳି ଚିହ୍ନ ପଛରେ ସାଧାରଣ ଭୋଟର କିଭଳି ସହଜରେ ଚିହ୍ନିବା ପାଇଁ ସକ୍ଷମ ହେବେ ତାର ସମସ୍ତ ଦିଗକୁ ଆଖିଆଗରେ ରଖି ସାମିଲ କରାଯାଏ ।

ନୂଆ ପୁରୁଣା ଚିହ୍ନ ମିଶି ଫଳ, ଗ୍ୟାସ ସିଲିଣ୍ଡର, ଷ୍ଟୋଭ, ପ୍ରେସର କୁକୁର, ପ୍ୟାନ, ଟ୍ରାକ୍ଟର, ସିଲେଇ ମେଶିନ, ଡିଜେଲ ପମ୍ପ, ହେଲିକ୍ୟାପ୍ଟର, ଅଟୋରିକ୍ସାକୁ ତାଲିକାରେ ସାମିଲ କରିଛନ୍ତି ଇସି ।

For All Latest Updates

ABOUT THE AUTHOR

...view details