ଜୟପୁର: ଦେଶରୁ କୋରୋନା ମହାମାରୀ ନ ଯାଉଣୁ ଏବେ ଚାଷୀଙ୍କ ମୁଣ୍ତବ୍ୟଥାର କାରଣ ସାଜିଛି ପଙ୍ଗପାଳ । ନିମିଷକ ମଧ୍ୟରେ ଚାଷୀଙ୍କ ଫସଲ ନଷ୍ଟ କରୁଛି ଏହି ପଙ୍ଗପାଳ । ଯାହା ଦେଶର ବିଭିନ୍ନ ରାଜ୍ୟର ଆତଙ୍କ ଖେଳାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ପଙ୍ଗପାଳମାନେ ମାଡି ଆସିଛନ୍ତି । ଏହାକୁ ପ୍ରତିହତ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ।
ରାଜସ୍ଥାନ ସିରମାଥୁରରେ ପଙ୍ଗପାଳ ଆତଙ୍କ - Swarm of locusts attacked
ରାଜସ୍ଥାନ ସିରମାଥୁର ଅଞ୍ଚଳରେ ପଙ୍ଗପାଳ ଆତଙ୍କ । ଘଉଡାଇବା ପାଇଁ ବାସନ ବଜାଇଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ....
ରାଜସ୍ଥାନ ସିରମାଥୁରରେ ପଙ୍ଗପାଳ ଆତଙ୍କ
ରାଜସ୍ଥାନର ଡୋଲପୁର ଜିଲ୍ଲାର ସିରମାଥୁର ଅଞ୍ଚଳରେ ପଙ୍ଗପାଳ ଦଳ ଆକ୍ରମଣ କରିଛନ୍ତି । ସେମାନଙ୍କୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ବାସନ ବଜାଇ ଥିଲେ । ତେବେ ପବନ ବହିବା ଯୋଗୁଁ ଏହି ଦଳ ବିଭିନ୍ନ ଗଛରେ ଲାଗି ରହିଥିଲେ । କେବଳ ଡୋଲପୁର ଅଞ୍ଚଳ ନୁହେଁ, ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଏହି ଦଳ ଆକ୍ରମଣ କରି ବିଭିନ୍ନ ଫସଲ ମଧ୍ୟ ପୂର୍ବରୁ ନଷ୍ଟ କରିଛନ୍ତି ।
ସୌଜନ୍ୟ @ ANI