ଓଡିଶା

odisha

ETV Bharat / bharat

ପ୍ରଶାସନକୁ ଚେତାବନୀ ଦେଲେ ସ୍ବାମୀ ଶିବାନନ୍ଦ, କାହିଁକି ଜାଣନ୍ତୁ...

ହରିଦ୍ବାରରେ ଥିବା ମାତୃସଦନର ଅଧ୍ୟକ୍ଷ ସ୍ବାମୀ ଶିବାନନ୍ଦ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ହାତୀ ଉପରକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଗ୍ରାମବାସୀ ଆକ୍ରମଣ କଲେ ସେ ମାତୃସଦନ ପକ୍ଷରୁ କୋର୍ଟର ଦ୍ବାରସ୍ଥ ହେବେ ବୋଲି ସେ କହିଛନ୍ତି।

By

Published : Nov 4, 2019, 5:24 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସିମଲା: ହରିଦ୍ବାରରେ ଥିବା ମାତୃସଦନର ଅଧ୍ୟକ୍ଷ ସ୍ବାମୀ ଶିବାନନ୍ଦ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ହାତୀଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ଏବଂ ସେମାନଙ୍କ ସୁରକ୍ଷାରେ ଅବହେଳ କରାଯାଉଥିବା ଦର୍ଶାଇ ପ୍ରଶାସନ, ବନବିଭାଗକୁ ଚରମବାଣୀ ଶୁଣାଇଛନ୍ତି ଶିବାନନ୍ଦ। ଏହା ସହିତ ଶନିବାର ସ୍ଥାନୀୟ ପଞ୍ଜନହାଡ଼ି ଗ୍ରାମରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇଜଣଙ୍କୁ କ୍ଷତିପୂରଣ ବାବଦରେ କୋଟିଏ ଲେଖାଏଁ ଦେବାକୁ ସେ ଦାବି କରିଛନ୍ତି।

ଏନେଇ ସ୍ବାମୀ ଶିବାନନ୍ଦ କହିଛନ୍ତି କି ଖଣି ମାଫିଆ ଏବଂ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ଜଙ୍ଗଲ ନଷ୍ଟ କରିବା, ବେଆଇନ ଭାବେ ଖଣି ଗୁଡ଼ିକୁ ଖୋଳିବା ଏବଂ ଛୋଟ ଛୋଟ ପାହାଡ଼ ମଧ୍ୟ ଖୋଳି ନଷ୍ଟ କରିବା ଭଳି କାର୍ଯ୍ୟ କରୁଛନ୍ତି । ଫଳରେ ହାତୀ ବିଭିନ୍ନ ସମୟରେ ଜନବସତି ଆଡକୁ ପଳାଇ ଆସିବା ସହ ଧନଜୀବନ ନଷ୍ଟ କରୁଛନ୍ତି । ଏବାବଦରେ ମଧ୍ୟ ସେମାନଙ୍କ ନିକଟରୁ କ୍ଷତିପୂରଣ ରଖିବାକୁ ମଧ୍ୟ ସେ ଦାବି କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ବିଭିନ୍ନ ସମୟରେ ସେମାନେ ଜଙ୍ଗଲୀ ହାତୀଙ୍କୁ ହତ୍ୟା କରୁଥିବା ଅଭିଯୋଗ ହୋଇଛି । ଏଥିରୁ ବିରତ ରହିବା ପାଇଁ ସେ ପ୍ରଶାସନକୁ ଅନୁରୋଧ କରିଥିବା ଜଣାପଡ଼ିଛି । ଏନେଇ ସେ କହିଛନ୍ତି କି, କୌଣସି ଗ୍ରାମବାସୀ କିମ୍ବା ପ୍ରଶାସନିକ ଅଧିକାରୀ ହାତୀଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରନ୍ତି, ତେବେ ସେ ମାତୃସଦନ ପକ୍ଷରୁ କୋର୍ଟର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।

ABOUT THE AUTHOR

...view details