କୋଲକାତା: ଦେଶରେ କୋରୋନା ଭାଇରସ ସଂକ୍ରମଣ ମାମଲା ଥମିବାର ନାଁ ଥରୁନି । ଗତ ଦୁଇ ସପ୍ତାହ ମଧ୍ୟରେ ଦେଶରେ 50 ହଜାରରୁ ଅଧିକ ମାମଲା ରେକର୍ଡ ହେଉଛି । ଯାହାକୁ ନଜରରେ ରଖି ପଶ୍ଚିମବଙ୍ଗ ସରକାର ବିମାନ ଉଡାଣ ଉପରେ ଲଗାଇଥିବା ନିଷେଧାଦେଶ ଅଗଷ୍ଟ 31କୁ ବୃଦ୍ଧି କରିଛନ୍ତି । ଦେଶର 6 କୋରୋନା ପ୍ରଭାବିତ ସହରରୁ କୌଣସି ବିମାନ କୋଲକାତାରେ ଅବତରଣ କରିବ ନାହିଁ ।
ଅଗଷ୍ଟ 31 ଯାଏଁ କୋଲକାତାରେ ବିମାନ ଉଡାଣ ବନ୍ଦ
ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଶ୍ଚିମବଙ୍ଗ ସରକାରଙ୍କ ଏପରି ନିଷ୍ପତ୍ତି ନେଇଛନ୍ତି । ସେହିଭଳି କୋଲକାତାରେ ଗତ କିଛି ଦିନ ଧରି ସର୍ବାଧିକ ମାମଲା ରେକର୍ଡ ହୋଇଛି । ଅଧିକ ପଢନ୍ତୁ...
ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଜାରି ଆଦେଶ ମୁତାବକ, ଦିଲ୍ଲୀ ,ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ, ଅହମ୍ମଦାବାଦ ଭଳି ସହରରୁ କୋଲକାତାକୁ ବିମାନ ଆସିବ ନାହିଁ । କୋରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଜୁଲାଇରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଜାରି କରିଥିଲେ, ଯାହା ବର୍ତ୍ତମାନ 31 ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ସର୍ବାଧିକ ମାମଲା ରେକର୍ଡ ହୋଇଛି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ପ୍ରାୟ ଏକ ଲକ୍ଷ କୋରୋନା ଭାଇରସ୍ ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ 70 ହଜାରରୁ ଅଧିକ ଲୋକ ଆରୋଗ୍ୟ ହୋଇଥିବାବେଳେ 2100 ଜଣଙ୍କର ମୃତ୍ୟୁ ଘଟିଛି। କୋଲକାତାରେ 28 ହଜାରରୁ ଅଧିକ ଆକ୍ରାନ୍ତ ଥିବାବେଳେ ପ୍ରାୟ 1000 ଲୋକଙ୍କର ମୃତ୍ୟୁ ଘଟିଛି।