ନୂଆଦିଲ୍ଲୀ: ଦିଲ୍ଲୀର ଚାନ୍ଦିନୀଚୌକ ମେଟ୍ରୋ ଷ୍ଟେସନରୁ ସନ୍ଦିଗ୍ଧ ଗିରଫ । ସିଆରପିଏଫର ୟୁନିଫର୍ମ ପିନ୍ଧି ମେଟ୍ରୋ ଷ୍ଟେସନରେ ବୁଲୁଥିବାବେଳେ ତାଙ୍କୁ ଗିରଫ କରିଛି ସିଆଇଏସଏଫ ଟିମ୍ । ସନ୍ଦିଗ୍ଧ ଜଣକ ନିଜକୁ ଶାମଲୀର ନଦୀମ ଖାନ ବୋଲି କହୁଛି । ତେବେ ପଚାରଉଚୁରା କରିବାରୁ ସେ ଶ୍ରୀନଗରରେ ସିଆରପିଏଫରେ ଟ୍ରେନିଂ ନେଉଥିବା କହିଛନ୍ତି ।
ସିଆରପିଏଫ ୟୁନିଫର୍ମରେ ସନ୍ଦିଗ୍ଧ ଗିରଫ
ଦିଲ୍ଲୀର ଚାନ୍ଦିନୀଚୌକ ମେଟ୍ରୋ ଷ୍ଟେସନରୁ ସନ୍ଦିଗ୍ଧ ଗିରଫ । ସିଆରପିଏଫର ୟୁନିଫର୍ମ ପିନ୍ଧି ମେଟ୍ରୋ ଷ୍ଟେସନରେ ବୁଲୁଥିବାବେଳେ ତାକୁ ଗିରଫ କରିଛି ସିଆଇଏସଏଫ ।
ସେ ନିଜ ମା'ର ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଶାମଲୀ ଆସିଥିବା କହିଛି । କିନ୍ତୁ ତା ମା ବାପା ସମ୍ପୂର୍ଣ୍ଣ ଭାବରେ ଠିକ୍ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେପଟେ ସେ ଶ୍ରୀନଗରରେ ସେ କୌଣସି ଟ୍ରେନିଂ ମଧ୍ୟ ନେଉ ନଥିବା ଜଣାପଡିଛି । ତାଙ୍କ ନିକଟରୁ ପୃଥକ ପୃଥକ ଜନ୍ମ ତାରିଖ ଲେଖାଥିବା 2ଟି ଆଧାର କାର୍ଡ ଜବତ ହୋଇଛି ।
ଶ୍ରୀଲଙ୍କାର ସିରିଜ ବିସ୍ଫୋରଣ ପରେ ଭାରତ ଉପରେ ମଧ୍ୟ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ସନ୍ଦିଗ୍ଧ ଜଣକୁ ଦିଲ୍ଲୀ ପୋଲିସ ଗିରଫ କରିଥିବାବେଳେ ସୁରକ୍ଷା ଏଜେନ୍ସି ପକ୍ଷରୁ ତଦନ୍ତ ଜାରି ରହିଛି ।