ଓଡିଶା

odisha

ETV Bharat / bharat

'ଶାନ୍ତି ପାଇବ ଏବେ ସୁଶାନ୍ତଙ୍କ ଆତ୍ମା'

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟ ଅନୁମୋଦନ ପ୍ରଦାନ କରିଛନ୍ତି। ଏନେଇ ଆସନ୍ତୁ ଜାଣିବା ବିଭିନ୍ନ ରାଜନେତାଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

'ଶାନ୍ତି ପାଇବ ଏବେ ସୁଶାନ୍ତଙ୍କ ଆତ୍ମା'
'ଶାନ୍ତି ପାଇବ ଏବେ ସୁଶାନ୍ତଙ୍କ ଆତ୍ମା'

By

Published : Aug 19, 2020, 3:36 PM IST

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ଉପରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ମୁଁ ନିଶ୍ଚିତ ଯେ ସୁଶାନ୍ତଙ୍କ ଆତ୍ମା ​​ବର୍ତ୍ତମାନ ଶାନ୍ତି ପାଇବ ଓ ଏହି ମାମଲାରେ ସଠିକ ତଦନ୍ତ ହେବ | ତେବେ ସୁଶାନ୍ତଙ୍କ ବାପା ଏବଂ ପରିବାର ସଦସ୍ୟ ଯେଉଁ ସାହସ ଦେଖାଇଛନ୍ତି ଏହାକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ଉପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ନିଷ୍ପତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ବିହାର ସରକାରଙ୍କ ସମଗ୍ର ପ୍ରକ୍ରିୟା ଠିକ ଅଛି। ବର୍ତ୍ତମାନ ମୁଁ ନିଶ୍ଚିତ ଯେ ସୁଶାନ୍ତ ଏବଂ ତାଙ୍କ ପରିବାର ନ୍ୟାୟ ପାଇବେ।

ସିଏମ ନୀତୀଶ କୁମାର କହିଛନ୍ତି, ଆମ ସରକାର ଯାହା ବି କରିଛନ୍ତି ତାହା ଆଇନଗତ । ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ମୋର ବିଶ୍ବାସ ଅଛି ଯେ ସିବିଆଇ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବ ଏବଂ ନ୍ୟାୟ ପ୍ରଦାନ କରିବ। ନ୍ୟାୟର ଆଶା କେବଳ ପରିବାର କିମ୍ବା ବିହାରର ନୁହେଁ, ବରଂ ସମଗ୍ର ଦେଶବାସୀଙ୍କର ବୋଲି ନୀତୀଶ କହିଛନ୍ତି ।

ଅନ୍ୟପକ୍ଷେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି ଆରଜେଡି ଓ ଏଲଜେପି ନେତା । ଏଲଜେପି ମୁଖ୍ୟ ଚିରାଗ ପାସୱାନ ସୁପ୍ରିମକୋର୍ଟଙ୍କ ଆଦେଶକୁ ସ୍ବାଗତ କରି କହିଛନ୍ତି, କୋଟି କୋଟି ଲୋକଙ୍କ ଭାବନାକୁ ସମ୍ମାନ ଦେଇ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ମୁଁ ସୁପ୍ରମକୋର୍ଟଙ୍କୁ ଧନ୍ୟବାଦ ଦେଉଛି।

ABOUT THE AUTHOR

...view details