ନୂଆଦିଲ୍ଲୀ: ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ବୈଠକରେ ଅନୁପସ୍ଥିତି ଥିଲେ କଂଗ୍ରେସ ମିଡିଆ ସେଲର ମୁଖ୍ୟ ରଣଦୀପ ସିଂ ସୁରଜେୱାଲା ଓ କେସି ଭେନୁଗୋପାଳ । ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଏହି ଦୁଇ ଜଣଙ୍କ ଅନୁପସ୍ଥିତିକୁ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।
ଶନିବାର ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ସହ ହାଇକମାଣ୍ଡ ଆଲୋଚନା କରିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତି ରହିଥିଲେ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ତେବେ ସୂତ୍ରରୁ ପ୍ରକାଶ ନିକଟରେ ଭେନୁ ଗୋପାଲ ମା ଙ୍କ ଦେହାନ୍ତ ହୋଇଛି । ସେ କିଛି ଧାର୍ମିକ ରୀତିନୀତି କରିବା ପାଇଁ ତାଙ୍କ ଜନ୍ମସ୍ଥାନରେ ଅଛନ୍ତି । କିନ୍ତୁ ପ୍ରଶ୍ନ ଉଠିଛି ଯେ ରାହୁଲ ଗାନ୍ଧୀ ଜାଣିଶୁଣି ଭେନୁଗୋପାଲଙ୍କୁ ବୈଠକରୁ ଦୂରେଇ ରଖିଛନ୍ତି କି? ଭେନୁଗୋପାଲଙ୍କ ଦଳକୁ ଉଚ୍ଚ ପଦବୀରେ ମିଳିବା ଅସନ୍ତୋଷ, ମତଭେଦ ବୃଦ୍ଧି ପାଇଛି । ଏହାର କୌଣସି ଉତ୍ତର ନାହିଁ ଏବଂ ଅନ୍ୟ ଶିବିରରେ ଥିବା ସୂତ୍ରରୁ ପ୍ରକାଶ ଯେ ତାଙ୍କ ଅନୁପସ୍ଥିତି ଏକ ବାର୍ତ୍ତା ଭାବରେ ଦେଖାଯାଉଛି । ରାହୁଲ ଗାନ୍ଧୀ ବରିଷ୍ଠ ନେତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି । କିନ୍ତୁ ସୋନିଆ ଗାନ୍ଧୀ ଦଳର ସ୍ଥିତି ଶେଷ କରିବା ପୂର୍ବରୁ ଅଧିକାଂଶ ନେତାଙ୍କୁ ଭେଟିବେ।