ଓଡିଶା

odisha

ETV Bharat / bharat

ସ୍ମୃତିଙ୍କୁ ଜିତାଇଲେ ବୋଲି ଗଲା ସୁରେନ୍ଦ୍ର ସିଂହଙ୍କ ଜୀବନ !

ସୁରେନ୍ଦ୍ର ସିଂହ ସ୍ମୃତିଙ୍କୁ ନିର୍ବାଚନ ଜିତାଇବାରେ ସାହାଯ୍ୟ କରିଥିବାରୁ ତାଙ୍କୁ ହତ୍ୟା କରାଗଲା ବୋଲି କହିଛନ୍ତି ସୁରେନ୍ଦ୍ର ସିଂହଙ୍କ ପତ୍ନୀ ରୁକ୍ମିଣୀ ସିଂହ ।

By

Published : May 27, 2019, 11:04 AM IST

ଫାଇଲ ଫଟୋ

ଆମେଥି: ସ୍ମୃତି ଇରାନୀଙ୍କ ସହଯୋଗୀ ତଥା ନବନିର୍ବାଚିତ ସାଂସଦ ସୁରେନ୍ଦ୍ର ସିଂହଙ୍କୁ ଶନିବାର ଗୁଳି କରି ହତ୍ୟା କରାଯାଇଛି । ଯାହାକୁ ନେଇ ଶୋକପ୍ରକାଶ କରିଛନ୍ତି ସ୍ମୃତି । ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁରେନ୍ଦ୍ର ସିଂହଙ୍କ ପତ୍ନୀ ରୁକ୍ମିଣୀ ସିଂହ । ଏହା ରାଜନୈତିକ ହତ୍ୟାକାଣ୍ଡ ଥିଲା । ସୁରେନ୍ଦ୍ର ସିଂହ ସ୍ମୃତିଙ୍କୁ ନିର୍ବାଚନ ଜିତାଇବାରେ ସାହାଯ୍ୟ କରିଥିବାରୁ ତାଙ୍କୁ ହତ୍ୟା କରାଗଲା ବୋଲି ସେ କହିଛନ୍ତି ।

ସେପଟେ ଏହି ଘଟଣାରେ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ସେମାନଙ୍କ ମଧ୍ୟରୁ 3 ଅଭିଯୁକ୍ତଙ୍କୁ ଗିରଫ ହୋଇଥିବା ବେଳେ ଅନ୍ୟ 2 ଜଣଙ୍କୁ ଖୋଜାଖୋଜି କରୁଥିବା ଜଣା ପଡିଛି । ଏହା ସହିତ ଘଟଣାରେ ଅନ୍ୟ 7 ଜଣଙ୍କୁ ଅଟକ ରଖି ପଚାରା ଉଚରା ମଧ୍ୟ କରାଯାଉଛି ।

ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀଙ୍କ ପ୍ରଚାରରେ ସୁରେନ୍ଦ୍ର ସିଂହଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ଅମେଥିର ଅନେକ ଗ୍ରାମରେ ସୁରେନ୍ଦ୍ର ସିଂହଙ୍କର ନାମ ଥିବାରୁ ଆମେଥିବାସୀ ସ୍ମୃତିଙ୍କୁ ଭୋଟ ମଧ୍ୟ ଦେଇଥିବା କୁହାଯାଉଛି । ତେଣୁ ସେହି ରାଗରେ ସୁରେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ABOUT THE AUTHOR

...view details