ଓଡିଶା

odisha

ETV Bharat / bharat

12 ବର୍ଷୀୟ ଖୁସି ହେବେ ଜୈନ ସନ୍ୟାସୀ

12 ବର୍ଷୀୟ ଖୁସି ଜୈନ ସନ୍ୟାସୀ ହେବା ପାଇଁ ଇଚ୍ଛା କରିଛନ୍ତି । ଯାହାକୁ ତାଙ୍କ ପୂରା ପରିବାର ସମର୍ଥନ କରିବା ସହ ତାଙ୍କ ଉପରେ ଗର୍ବ କରିଛନ୍ତି ।

By

Published : May 29, 2019, 7:19 PM IST

ଫାଇଲ ଫଟୋ

ସୁରଟ: ସୁରଟର ଜଣେ 12 ବର୍ଷୀୟ ଝିଅ ଜୈନ ସନ୍ୟାସୀ ହେବା ପାଇଁ ଇଚ୍ଛା କରିଛନ୍ତି । 12 ବର୍ଷୀୟ ଖୁସିଙ୍କ ଏପରି ନିଷ୍ପତ୍ତିକୁ ପୂରା ପରିବାର ସମର୍ଥନ ଜଣାଇଛନ୍ତି । ଏଥିସହ ତାଙ୍କର ଏପରି ନିଷ୍ପତ୍ତିକୁ ନେଇ ତାଙ୍କ ବାପାମାଆ ଗର୍ବ ଅନୁଭବ କରିଥିବା କହିଛନ୍ତି ।

ଖୁସି ଗଣମାଧ୍ୟମକୁ କହିଛନ୍ତି, ‘‘ଆମେ ଏଠାରେ ଯେଉଁ ଖୁସି ପାଉଛୁ, ତାହା ସ୍ଥାୟୀ ନୁହେଁ । କାରଣ ଏହି ଦୁନିଆ ଅସ୍ଥାୟୀ ଅଟେ ଏବଂ ଏହା ଚିରନ୍ତନ ସତ୍ୟା । ଏଥିସହ ସେ କହିଛନ୍ତି, ଶାନ୍ତି ଜୀବନ ବଞ୍ଚିବାର ଏକମାତ୍ର ଉପାୟ ହେଉଛି ସରଳ ଜୀବନ ବଞ୍ଚିବା । ସେଥିପାଇଁ ମୁଁ ଏପରି ନିଷ୍ପତ୍ତି ନେଇଛି’’।

ଖୁସୀଙ୍କ ବାପା ଜଣେ ସରକାରୀ କର୍ମଚାରୀ ଅଟନ୍ତି । ସେ କହିଛନ୍ତି, ଏହି ବୟସରେ ଜଣେ ପିଲା ଏପରି ନିଷ୍ପତ୍ତି ନେବା ସାଧାରଣ କଥା ନୁହେଁ । ଏହା ଆମ ପାଇଁ ଗର୍ବର କଥା ଯେ, ଆମ ଝିଅ ବୁଦ୍ଧିମତାର ସହ ନିଷ୍ପତ୍ତି ନେଇଛି। ସନ୍ୟାସୀ ହେବା ଦ୍ବାରା ସେ ସମସ୍ତଙ୍କ ଜୀବନରେ ଆଲୋକ ଆଣିପାରିବ । ଏଥିସହ ସେ କହିଛନ୍ତି ଖୁସି ଷଷ୍ଠ ଶ୍ରେଣୀରେ 97 ପ୍ରତିଶତ ମାର୍କ ରଖିଥିଲା । ଏହା ପରଠାରୁ ଗତ ବର୍ଷ ନଭେମ୍ବରରେ ସେ ପାଠ ପଢା ଛାଡିଦେଇଥିଲା । କାରଣ ସେ ଏକ ସାଧାରଣ ଜୀବନ ବଞ୍ଚିବା ପାଇଁ ଚାହୁଁଥିଲା ।
ଏପଟେ ଖୁସୀଙ୍କ ମା’ଙ୍କ କହିଛନ୍ତି, ମୁଁ ଚାହୁଁଥିଲେ ଖୁସି ପାଠ ପଢି ଏକ ଡାକ୍ତର ହେଉ । କିନ୍ତୁ ଖୁସିର ଇଚ୍ଛାରେ ଆମେ ଦୁହେଁ ଖୁସି ଅଛୁ କାରଣ ଆମେ ଚାହୁଁ ଖୁସିର ସବୁ ଇଚ୍ଛା ପୂରଣ ହେଉ ।

ପ୍ରକାଶ ଥାଉକି, 12 ବର୍ଷୀୟ ଖୁସି ତାଙ୍କ ପରିବାରରେ ଏକମାତ୍ର ସଦସ୍ୟ ନୁହଁନ୍ତି ଯିଏ ସନ୍ୟାସୀ ହେବା ପାଇଁ ନିଷ୍ପତି ନେଇଛନ୍ତି । ପୂର୍ବରୁ ଶାନ୍ତି ଜୀବନ ବଞ୍ଚିବା ପାଇଁ ତାଙ୍କ ପରିବାରରେ ଚାରି ଜଣ ସଦସ୍ୟ ସନ୍ୟାସୀ ହୋଇଛନ୍ତି ।

For All Latest Updates

ABOUT THE AUTHOR

...view details