ଓଡିଶା

odisha

ETV Bharat / bharat

ରାମ ମନ୍ଦିର ଶୁଣାଣି ଆଜି

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଫେବୃଆରୀ 26(ମଙ୍ଗଳବାର)ରେ ହେବ ।  ଜଷ୍ଟିସ ଏସ୍‌ଏ ବୋବଡେ ଛୁଟିରୁ ଫେରିଛନ୍ତି । ରାମ ମନ୍ଦିର ସମ୍ପର୍କରେ ଶୁଣାଣି ମଙ୍ଗଳବାର ସକାଳ 10ଟାରେ ହେବ।

By

Published : Feb 26, 2019, 12:14 PM IST

Updated : Feb 26, 2019, 5:09 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଫେବୃଆରୀ 26(ମଙ୍ଗଳବାର)ରେ ହେବ । ଜଷ୍ଟିସ ଏସ୍‌ଏ ବୋବଡେ ଛୁଟିରୁ ଫେରିଛନ୍ତି । ରାମ ମନ୍ଦିର ସମ୍ପର୍କରେ ଶୁଣାଣି ମଙ୍ଗଳବାର ସକାଳ 10ଟା ଆରମ୍ଭ ହେବ । ଏ ନେଇ ବାର ଓ ବେଞ୍ଚ ପକ୍ଷରୁ 20 ଫେବୃଆରୀରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ।

ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ବୋବଡେ, ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ୍ ଅବଦୁଲ ନଜିର ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଶୁଣାଣି କରିବେ ।

ଜଣାଯାଇଛି ଯେ ଏହି ବିବାଦୀୟ ଜମି ବିବାଦ ଶୁଣାଣି ଜାନୁଆରୀ 29ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ମାତ୍ର ପାଞ୍ଚଜଣିଆ ଖଣ୍ଡପୀଠରେ ସାମିଲ ଜଷ୍ଟିସ୍‌ ଏସ୍‌ଏ ବୋବଡେ ଛୁଟିରେ ଯାଇଥିବାରୁ ଶୁଣାଣିର ତାରିଖ ଘୁଞ୍ଚା ଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ମାମଲାରେ ୨୦୧୦ରେ ଏକ ରାୟ ପ୍ରକାଶ କରିଥିଲେ । ରାୟରେ ବିବାଦୀୟ ୨.୭୭ ଏକର ଜମିକୁ କୋର୍ଟ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲଲ୍ଲାଙ୍କ ମଧ୍ୟରେ ସମାନ ୩ ଭାଗରେ ବାଣ୍ଟି ଦେବାକୁ କୋର୍ଟ ରାୟ ଦେଇଥିଲେ । ମାତ୍ର ୨୦୧୧ରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇଥିଲେ । ତେବେ ଏହା ବିରୋଧରେ ଏବେ ୧୪ଟି ଆବେଦନ ସୁପ୍ରିମକୋର୍ଟରେ ହୋଇଛି । ବିବାଦୀୟ ଜମି ଉପରେ ସୁପ୍ରିମକୋର୍ଟର ରାୟକୁ ସାରା ଦେଶବାସୀ ଅପେକ୍ଷା କରିଛନ୍ତି ।

Last Updated : Feb 26, 2019, 5:09 PM IST

For All Latest Updates

ABOUT THE AUTHOR

...view details