ନୂଆଦିଲ୍ଲୀ: ଧର୍ମ ଓ ଜାତିକୁ ନେଇ ଚଳିତ ନିର୍ବାଚନରେ ରାଜନେତାଙ୍କ ବିବାଦୀୟ ବୟାନ ବିରୋଧରେ ନିର୍ବାଚନ ଆୟୋଗଙ୍କ ପଦକ୍ଷେପକୁ ସୁପ୍ରିମ୍କୋର୍ଟ ସହମତି ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆୟୋଗ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସପା ସୁପ୍ରିମୋ ମାୟାବତୀ, କେନ୍ଦ୍ରୀୟ ମନ୍ତ୍ରୀ ମେନକା ଗାନ୍ଧୀ ଓ ଏସପି ନେତା ଆଜମ ଖାନଙ୍କ ନିର୍ବାଚନ ପ୍ରଚାର ଉପରେ 48ରୁ 72 ଘଣ୍ଟା ଯାଏଁ ବ୍ୟାନ୍ ଲଗାଇଛନ୍ତି।
ମଙ୍ଗଳବାର ଦିନ ମାୟାବତୀ ରାଲିରେ ସାମିଲ ହେବା ପାଇଁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଥିଲେ। ତେବେ ଏନେଇ କୌଣସି ଶୁଣାଣି ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ମାୟାବତୀଙ୍କ ଓକିଲଙ୍କୁ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ନେଇ ଆଉ ଏକ ଆବେଦନ ଦାୟର କରିବାକୁ କୁହାଯାଇଛି।